ଶ୍ବଶୁରଙ୍କୁ ବଞ୍ଚାଇବାକୁ ଯାଇ ବୋହୂର ମୃତ୍ୟୁ; ଗୁରୁତର ଅବସ୍ଥାରେ ଶଶୁର ଓ ଶାଶୂ ମେଡିକାଲରେ ଭର୍ତ୍ତି
ଶ୍ବଶୁରଙ୍କୁ ବଞ୍ଚାଇବାକୁ ଯାଇ ବୋହୂର ମୃତ୍ୟୁ । ଗୁରୁତର ଅବସ୍ଥାରେ ଶଶୁର ଓ ଶାଶୂ ମେଡିକାଲରେ ଭର୍ତ୍ତି । ଗଞ୍ଜାମ ପୋଲସରା ଥାନା ମାଳତେନ୍ତୁଳିଆ ନୁଆଁସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ଗଞ୍ଜାମ: ଶ୍ବଶୁରଙ୍କୁ ବଞ୍ଚାଇବାକୁ ଯାଇ ବୋହୂର ମୃତ୍ୟୁ । ଗୁରୁତର ଅବସ୍ଥାରେ ଶଶୁର ଓ ଶାଶୂ ମେଡିକାଲରେ ଭର୍ତ୍ତି । ଗଞ୍ଜାମ ପୋଲସରା ଥାନା ମାଳତେନ୍ତୁଳିଆ ନୁଆଁସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ସୂଚନା ଅନୁସାରେ ବୋହୂ ନମିତା ଘର ବାରଣ୍ଡାରେ କାମ କରିବା ସମୟରେ ପ୍ରଥମେ ଶଶୂର ବିଦ୍ୟୁତ୍ ଆଘାତର ଶିକାର ହୋଇଥିଲେ । ବୋହୂ ଓ ଶାଶୂ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରି ସେମାନେ ମଧ୍ୟ ଆହତ ହୋଇଥିଲେ । ତେବେ ମେଡିକାଲରେ ବୋହୂର ମୃତ୍ୟୁ ଘଟିଛି । ଗତକାଲି ଠାରୁ ଗାଁରେ ବିଦ୍ୟୁତ୍ କଟିଥିଲା । ନମିତାଙ୍କ ଘରର ବିଦ୍ୟୁତ ତାର ଛିଣ୍ଡି ଗ୍ରିଲରେ ଲାଗିଥିବା ବେଳେ ଆଜି ମଧ୍ୟାହ୍ନରେ ବିଦ୍ୟୁତ୍ ଆସିବା ପରେ ଏଭଳି ଅଘଟଣ ଘଟିଛି ।