fbpx
BJD
BJD SKY
BJD SKY

ଶାଶୂ ଘରେ ବୋହୂ କ୍ରୀତଦାସ ନୁହେଁ: ହାଇକୋର୍ଟ

BJD

କଟକ, ୬ା୨ (ଓଡିଶା ଭାସ୍କର): ବୋହୂ କୌଣସି ବି ପରିସ୍ଥିତିରେ ଶାଶୂଘରେ କ୍ରୀତଦାସ ନୁହେଁ । ଶାଶୂଘରେ ବୋହୂକୁ ମାନବିକ ଅଧିକାର ମିଳିବା ଆବଶ୍ୟକ । ଏକ ବଧୂ ନିର୍ଯାତନା ମାମଲାର ଶୁଣାଣି କରି ଓଡ଼ିଶା ହାଇକୋର୍ଟ ଏହି ରାୟ ଶୁଣାଇଛନ୍ତି ।

ସୂଚନା ଅନୁଯାୟୀ, ୨୦୧୫ ମସିହାରେ ଢେଙ୍କାନାଳରେ ବିବାହ କରିଥିବା ଜଣେ ଯୁବତୀଙ୍କୁ ଦୁଇବର୍ଷ ପରେ ଯୌତୁକ ନିର୍ଯାତନା ଦିଆଯାଇଥିଲା । ଆପୋଷ ବୁଝାମଣାରେ ସମସ୍ୟାର ସମାଧାନ କରାଯାଇଥିଲେ ମଧ୍ୟ ୨୦୨୦ ମସିହା ଜୁନ ମାସରେ ପୁଣି ଯୁବତୀଙ୍କୁ ତାଙ୍କ ସ୍ୱାମୀଙ୍କ ସହିତ ପରିବାରର ଅନ୍ୟ ସଦସ୍ୟମାନେ ମାଡ଼ ମାରିଥିଲେ । ଏପରିକି ସ୍ୱାମୀ ଯୁବତୀଙ୍କ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ହାଇକୋର୍ଟ ଅଭିଯୁକ୍ତ ସ୍ୱାମୀ ଜଣକର ଜାମିର ଖାରଜ କରିଦେଇଛନ୍ତି ।

Get real time updates directly on you device, subscribe now.