fbpx

ଦିନ ନା ରାତି… କେଉଁ ସମୟରେ ବିବାହ କରିବା ଉଚିତ? ଏହାକୁ ମାନିଲେ ତିଷ୍ଠି ରହିବ ବୈବାହିକ ଜୀବନ

ଓଡ଼ିଶା ଭାସ୍କର: ବିବାହକୁ ନେଇ ହିନ୍ଦୁ ଧର୍ମରେ ଅନେକ ମାନ୍ୟତା ରହିଛି । ସନାତନ ଧର୍ମରେ ବ୍ୟକ୍ତିଙ୍କ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ୧୬ ସଂସ୍କାରର ବର୍ଣ୍ଣନା କରାଯାଇଛି । ଏଥିମଧ୍ୟରୁ ଏକ ବିଶେଷ ସଂସ୍କାର ହେଉଛି ବିବାହ । ଅନେକ ସମୟରେ କିଛି ଲୋକଙ୍କ ବିବାହ ଦିନ ସମୟରେ ସମ୍ପନ୍ନ ହୋଇଥାଏ ଏବଂ ଅଧିକାଂଶ ଲୋକ ରାତି ସମୟରେ ବିବାହ କରିଥାନ୍ତି । କିନ୍ତୁ ପ୍ରକୃତରେ ଏହାର ବିଧି କକ୍ଷଣ ରହିଛି? କେଉଁ ସମୟରେ ବିବାହ କରିବା ଶୁଭ ହୋଇଥାଏ । ଦିନରେ ନା ରାତିରେ, କେଉଁ ସମୟରେ ବିବାହ ସମ୍ପନ୍ନ ହେଲେ ଶୁଭ ଫଳ ମିଳିଥାଏ ? ଚାଲନ୍ତୁ ଜାଣିବା ଶାସ୍ତ୍ର ଅନୁସାରେ, କ’ଣ ରହିଛି ନିୟମ…

ରାଜସ୍ଥାନର ଜଣେ ବ୍ୟକ୍ତି ପ୍ରଶ୍ନ କଲେ ଯେ, ବିବାହ ଦିନରେ କରିବା ଉଚିତ୍ ନା ରାତି ସମୟରେ କରିବା ଉଚିତ୍? ଏହାର ଉତ୍ତରରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ କହିଛନ୍ତି ଯେ, ବିବାହରେ ଦିନ କିମ୍ବା ରାତି ସମୟର କୌଣସି ଅର୍ଥ ନାହିଁ । ଏହା ସ୍ଥିର ହୋଇଥିବା ଲଗ୍ନ ଅନୁସାରେ ହିଁ ହୋଇଥାଏ । ଲଗ୍ନ ନୁସାରେ ବିବାହ ହେଲେ, ଏହା ଦୀର୍ଘ ସମୟ ପର୍ଯ୍ୟନ୍ତ ତିଷ୍ଠି ରହିଥାଏ । ଏହାପରେ ସେ କହିଛନ୍ତି ଯେ, ଯେବେ ୨ ଜଣଙ୍କର ମିଳନ ହୋଇଥାଏ ସେମାନଙ୍କର ପ୍ରଥମ କର୍ତ୍ତବ୍ୟ ହେଉଛି ସେମାନେ ସାରା ଜୀବନ ପରସ୍ପର ସହିତ ଜୀବନ ବିତାଇବା ଉଚିତ୍ । ଆମ ଶାସ୍ତ୍ରରେ ଏଭଳି କୌଣସି ବର୍ଣ୍ଣନା ହୋଇନାହିଁ, ଯେଉଁଥିରେ କୁହାଯିବ ଯେ ପତି ପତ୍ନୀ ଥରେ ଏକାଠି ହେବା ପରେ ପୁଣିଥଲେ ଅଲଗା ହୋଇଯିବେ । କୌଣସି ସ୍ଥାନରେ ଏହା ଲେଖା ନାହିଁ । ସନାତନ ଧର୍ମରେ ବିବାହ ବିଚ୍ଛେଦ, ଡିଭୋର୍ସ, ତଲାକ୍, ବ୍ରେକ୍-ଅପ୍ ଭଳି କୌଣସି ଜିନିଷ ନାହିଁ ।

ସେଥିପାଇଁ ବିବାହ ପୂର୍ବରୁ ଏହାର ଲଗ୍ନ ସ୍ଥିର କରାଯାଇଥାଏ । ଏହାଦ୍ୱାରା ବିବାହ ସମ୍ପର୍କ ଦୀର୍ଘ ଦିନ ପାଇଁ ତିଷ୍ଠି ରହେ । ବିବାହ ପାଇଁ ଲଗ୍ନ ଦିନ ବା ରାତି, ଯେକୌଣସି ମୁହୂର୍ତ୍ତରେ ସ୍ଥିର ହୋଇପାରେ । ତେଣୁ ଉଭୟ ସମୟରେ ବିବାହ ସମ୍ପନ୍ନ ହୋଇପାରିବ । ଦିନ ବା ରାତି ସମୟକୁ ନେଇ କୌଣସି ବାଛ ବିଚାର କରାଯାଇ ନାହିଁ । ଏହାପରେ ସେ କହିଛନ୍ତି ଯେ, ରାତି ସମୟରେ ବିବାହ ପ୍ରତି ମୋଗଲ ଶାସନ ଆସିବା ପରେ ଆରମ୍ଭ ହୋଇଛି । କାରଣ ଦିନ ସମୟରେ ବିବାହ କରିବା ଦ୍ୱାରା ସମସ୍ୟା ହୋଇଥାଏ । ତେଣୁ ରାତି ସମୟରେ ବିବାହ କରାଯାଏ । ଫଳରେ ଏ ସମ୍ପର୍କରେ କେହି ଜାଣିପାରିବେ ନାହିଁ । ଗେଧୂଳି ବେଳାରେ ବରଯାତ୍ରୀ ଆସି ରାତିରେ ସ୍ଥିର ହୋଇଥିବା ବିବାହ ଲଗ୍ନରେ କର୍ମ-କାଣ୍ଡ ଶେଷ ହୋଇଥାଏ ।

Get real time updates directly on you device, subscribe now.