fbpx
BSKY
BJD SHG SKY
BJD YOUTH SKY

ଭାରତ ବାୟୋଟେକର ନାକରେ ଦିଆଯାଉଥିବା Covid-19 ବୁଷ୍ଟର ଟିକାକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଇଣ୍ଡିଆ ଅର୍ଥାତ୍ DCGI ଭାରତ ବାୟୋଟେକ୍ ର ଇଣ୍ଟ୍ରାନାସାଲ୍ ‘Five Arms’ କୋଭିଡ୍ -19 ବୁଷ୍ଟର ଡୋଜକୁ ମଞ୍ଜୁରୀ ଦେଇଛି । ଭାରତରେ କରୋନା ବିରୁଦ୍ଧରେ ଏକ ପ୍ରଭାବଶାଳୀ ଟିକା ତିଆରି କରୁଥିବା ଭାରତ ବାୟୋଟେକ୍ ଏହି ଟିକାକୁ ନାକ ଦେଇ ଦିଆଯାଉଛି । DCGI ଏହି ବୁଷ୍ଟର ଡୋଜକୁ ଜରୁରୀକାଳୀନ ବ୍ୟବହାର କରିବା ପାଇଁ ଅନୁମୋଦନ କରିଛି । ଏହି ଟିକାକୁ ଅନୁମତି ମିଳିବା ପରେ ଦେଶରେ ଟିକାକରଣ ଆହୁରି ସହଜ ଓ ଦ୍ରୁତ ହୋଇପାରିବ ।

ଗତ ସେପ୍ଟେମ୍ବର ମାସରେ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ (ସିଡିଏସସିଓ) ପକ୍ଷରୁ ଏହି ଟିକାକୁ ଜରୁରୀକାଳୀନ ବ୍ୟବହାର ଅନୁମତି ଦିଆଯାଇଥିଲା । ଚଳିତ ବର୍ଷ ମାର୍ଚ୍ଚ ମାସରେ ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ କରାଯାଇଥିବା ଏହି ନାଜାଲ ଟିକାର ପରୀକ୍ଷଣ ଆରମ୍ଭ ହୋଇଥିଲା। ପରୀକ୍ଷଣ ପରେ ଏବେ ଏହାକୁ ଅନୁମତି ମିଳିଛି।

ଅନ୍ୟ ଟିକା ଅପେକ୍ଷା ଏହି ଟିକା ଅଧିକ ପ୍ରଭାବୀ ହେବାର ସମ୍ଭାବନା ରହିଛି ବୋଲି କମ୍ପାନି ପକ୍ଷରୁ କୁହାଯାଇଛି । କାରଣ ନାକ ବାଟଦେଇ କରୋନା ଭୁତାଣୁ ପ୍ରବେଶ କରୁଥିବାରୁ ଏହା ନାକର ପ୍ରତିରୋଧକ ଶକ୍ତିକୁ ସୁଦୃଢ କରିଥାଏ । ଏହି ଟିକା କେବଳ ସଂକ୍ରମଣ ନୁହେଁ, ଟ୍ରାନ୍ସମିସନ ବା ଭୁତାଣୁ ପ୍ରସାରକୁ ବି ରୋକିଥାଏ ବୋଲି ଭାରତ ବାୟୋଟେକ ଦାବି କରିଛି ।

Get real time updates directly on you device, subscribe now.