fbpx
BJD SKY
BJD SKY

ଶୀତଦିନେ କ୍ଷୀର ସହିତ ଖଜୁରୀ ଖାଇଲେ କ’ଣ ଲାଭ ହେବ, ଜାଣନ୍ତୁ ଏହାର କାରଣ

BJD

ଶୀତଦିନେ ଶରୀରକୁ ସତେଜ ରଖିବାପାଇଁ ଆମେ ଆମ ଖାଇବାର ପଦ୍ଧତିକୁ ବଦାଳାଇ ଥାଉ । କହିବାକୁ ଗଲେ ଶୀତଦିନେ ଆମ ଶରୀରର ଇମ୍ୟୁନିଟି ଦୁର୍ବଳ ହୋଇଯାଇଥାଏ । ଯାହାଫଳରେ ଆମକୁ ଅନେକ ରୋଗର ସୀକାର ହେବାକୁ ପଡିଥାଏ । ତେଣୁ ଆମେ ଶୀତଦିନେ ଖାଦ୍ୟ ପଦ୍ଧତିକୁ ବଦଳାଇବା ଦରକାର ଯାହା ଆମ ଶରୀରକୁ ସୁରକ୍ଷା ଦେବା ସହ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ତେବେ କ୍ଷୀର ସହ ଖଜୁରୀ ଖାଇଲେ ଏହା ଆମ ଶରୀର ପାଇଁ ଅନେକ ଲାଭଦାୟକ ହୋଇଥାଏ । ଖଜୁରୀରେ ରହିଛି ଫାଇବର, ଆଣ୍ଟିଅକ୍ସିଡେଣ୍ଟ, ପ୍ରୋଟିନ, ମାଙ୍ଗାନିଜ ଏବଂ ପୋଟାସିୟମ ପରି ପୋଷକ । ଏହାଛଡ଼ା କ୍ଷୀରରେ ବହୁ ପ୍ରକାର ଗୁଣ ରହିଛି, ଯାହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ତେବେ ଆସନ୍ତୁ ଜାଣିବା ଦୁଗ୍ଧ ସହ ଖଜୁରୀ ଖାଇଲେ କି ଲାଭ ମିଳିଥାଏ ।

-ଶୀତଦିନେ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ହୋଇ ଯାଇଥାଏ । ଯାହାଫଳରେ ଆମକୁ ଥଣ୍ଡା ଜ୍ୱର ଏବଂ ବିଭିନ୍ନ ସଂକ୍ରମଣ ରୋଗ ହୋଇଥାଏ । ଥଣ୍ଡାରେ ଆମେ ଯଦି କ୍ଷୀର ସହ ଖଜୁରୀକୁ ମିସାଇ ଖାଇବା ତେବେ ଏହା ଆମ ଇମ୍ୟୁନିଟିକୁ ମଜବୁତ ରଖିବାରେ ସାହାଯ୍ୟ କରିଥାଏ ।

-ଗ୍ୟାସ ଏବଂ ଏସିଡିଟି କାରଣରୁ ଚିନ୍ତାରେ ରହୁଛନ୍ତି କି? ତେବେ ଆପଣ ଏହାକୁ ସେବନ କରିଲେ ଏଥିରୁ ମୁକ୍ତି ପାଇ ପାରିବେ । ଖଜୁରୀ ଏବଂ ଦୁଗ୍ଧରେ ଏପରି କିଛି ଖାସ ଜିନିଷ ରହିଛି ଯାହା ପାଚନ ପ୍ରକ୍ରିୟାରେ ସାହ୍ୟା ହୋଇଥାଏ ।

-ଯଦି ଆପଣ ଶରୀରରେ ଥକାପଣ ଅନୁଭବ କରୁଛନ୍ତି କି କିଛି କାମ କଲାପରେ ଥକି ଯାଉଛନ୍ତି ତେବେ ଆପଣ ଏହାକୁ ଡାଏଟରେ ସାମିଲ କରନ୍ତୁ । ଏହାକୁ ଖାଇବା ଦ୍ୱାରା ଆମ ଶରୀରରେ ଶକ୍ତି ସଂଚାର ହୋଇଥାଏ ।

-ଦୁର୍ବଳ ହାଡ ପାଇଁ ମଧ୍ୟ ଏହା ଅତ୍ୟନ୍ତ ଲାଭଦାୟକ । କାରଣ ଦୁଗ୍ଧରେ ପ୍ରଚୁର ପରିମାଣରେ କ୍ୟାଲସିୟମ ରହିଛି । ଯାହା ହାଡକୁ ମଜବୁତ ରଖିବାରେ ସାହାଯ୍ୟ କରିଥାଏ ।

-ଆଜିକାଲି ଦୁନିଆରେ ଓଜନ ବଢାଇବା ଏବଂ କମାଇବା ଏକ ଟାକ୍ସ ହୋଇଗାଲାଣି । ଯଦି ଆପଣ ପତଳା ଅଛନ୍ତି ଏବଂ ନିଜର ଓଜନ ବଢାଇବାକୁ ଚାହୁଁଛନ୍ତି ତେବେ କ୍ଷୀର ସହ ଖଜୁରୀ ଖଆନ୍ତୁ । ଏହା ଭଲ ମାଂସପେଶୀ ଗଢିବାରେ ସାହାଯ୍ୟ କରିଥାଏ ।

Get real time updates directly on you device, subscribe now.