fbpx
BSKY SKY
BSKY SKY

ଭିଡିଓ କଲରେ କଥା ହେଉଛନ୍ତି କି! ସତର୍କ କରାଇଲେ କଟକ ଡିସିପି

BSKY

କଟକ (ଓଡ଼ିଶା ଭାସ୍କର) : ସାଇବର ଲୁଟେରା ମାନେ ଦିନକୁ ଦିନ ଠକେଇର ନୂତନ ଉପାୟ ବାହାର କରୁଥିବା ବେଳେ ଏଥିରୁ ବର୍ତ୍ତିବା ପାଇଁ କଟକ ଡିସିପି ପ୍ରତୀକ ସିଂଙ୍କ ପକ୍ଷରୁ ଏକ ବାର୍ତ୍ତା ଜାରି କରାଯାଇଛି । କେବଳ ପୁରୁଷ ମାନଙ୍କ ପାଇଁ ଏହି ବାର୍ତ୍ତା ଉଦ୍ଦିଷ୍ଟ ବୋଲି ସ୍ପଷ୍ଟ ଭାବରେ ଲେଖାଯାଇଛି । ସାଇବର ଠକ ମାନେ ସାଧାରଣ ଲୋକଙ୍କୁ ଲୁଟିବା ପାଇଁ ଏକ ନୂତନ ରାସ୍ତା ବାହାର କରିଛନ୍ତି ।

ସୋସିଆଲ ମିଡିଆରେ ଅଜଣା ଲୋକଙ୍କ ସହିତ ଭିଡିଓ କଲ ସମୟରେ ସଞ୍ଜମତା ଅବଲମ୍ବନ କରିବା ପାଇଁ କୁହାଯାଇଛି । କୌଣସି ଅଜଣା ମହିଳାଙ୍କ ସହିତ ଫେସବୁକ୍ ବା ହ୍ୱାଟସଆପରେ ଅର୍ଦ୍ଧନଗ୍ନ ଭିଡିଓ କଲ କରନ୍ତୁ ନାହିଁ । ଏହା ଦ୍ୱାରା ସାଇବର୍ ଠକ ମାନେ ଆପଣଙ୍କ ଭିଡିଓକୁ ରେକର୍ଡ କରି ଆପଣଙ୍କୁ ବ୍ଲାକମେଲ୍ କରି ସେମାନଙ୍କ ଆକାଉଣ୍ଟରେ ପଇସା ଡିପୋଜିଟ୍ ପାଇଁ କହି ପାରନ୍ତି । ସାଇବର ଠକ ମାନଙ୍କର ଏହି ନୂତନ ଚାଲରୁ ବଞ୍ଚିବା ପାଇଁ ଡିସିପି ଟ୍ୱିଟ କରି ସତର୍କ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.