fbpx

ଆମେରିକୀୟ ସ୍ୱାଧୀନତା ଦିବସ ଅବସରରେ ଏମିତି କହିଲେ ଜୟଶଙ୍କର

ନୂଆଦିଲ୍ଲୀ: ରବିବାର ଆମେରିକା ସ୍ୱାଧୀନତାକୁ ପୁରିଛି ୨୪୫ ବର୍ଷ । ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଏହି ଅବସରରେ ନିଜର ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଛନ୍ତି । ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର ରବିବାର ଆମେରିକାର ସ୍ୱାଧୀନତା ଦିବସ ଉପଲକ୍ଷେ ଆମେରିକୀୟ ସଚିବ ଆଣ୍ଟୋନୀ ବ୍ଲିଙ୍କେନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।୧୭୭୬ ଜୁଲାଇ ୪ ତାରିଖରେ ୧୩ଟି କଲୋନୀକୁ ନେଇ ଯୁକ୍ତରାଷ୍ଟ୍ର ଆମେରିକା ଏହାର ସ୍ୱାଧୀନତା ଘୋଷଣାପତ୍ରରେ ସ୍ୱାକ୍ଷର କରିଥିଲା ।

ଭାରତ ଆମେରିକା ସମ୍ପର୍କ ବହୁ ଦିଗରୁ ଗୁରୁତ୍ୱପୂର୍ଣ୍ଣ । ବାଣିଜ୍ୟ, ପ୍ରତିରକ୍ଷା ଏବଂ ସୁରକ୍ଷା, ଶିକ୍ଷା, ବିଜ୍ଞାନ ଏବଂ ଟେକ୍ନୋଲୋଜି, ନ୍ୟୁକ୍ଲିଆର ଟେକ୍ନୋଲୋଜି, ସ୍ପେଶ ଟେକ୍ନୋଲୋଜି, ପରିବେଶ, ସ୍ୱାସ୍ଥ୍ୟ ଭଳି ଦିଗରୁ ଭାରତ ସହ ଆମେରିକାର ସମ୍ପର୍କ ରହିଆସିଛି । ସେହିଭଳି କୋଭିଡ-୧୯ ମହାମାରୀ ସମୟରେ ଆମେରିକା ୪୧ ମିଲିୟନ ଡଲାରର କୋଭିଡ ସହାୟତା ପ୍ରଦାନ କରିଥିଲା ଯାହା କୋଭିଡ ବିରୋଧୀ ଲଢ଼େଇରେ ବେଶ ସହାୟକ ହୋଇଥିଲା ।

Get real time updates directly on you device, subscribe now.