fbpx

ଓଏସଏପି ବାଟାଲିୟନରେ ୭୨ତମ ବନ ମହୋତ୍ସବ ପାଳିତ

ଭୁବନେଶ୍ୱର (ଓଡ଼ିଶା ଭାସ୍କର) : ଓଏସଏପି ୭ମ ବାଟାଲିଅନରେ ପାଳିତ ହୋଇଛି ୭୨ ତମ ବନ ମହୋତ୍ସବ ସପ୍ତାହ । ଏହି ଅବସରରେ ଏକ ସମୂହ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପରିବେଶ ସଚେତନତା ସୃଷ୍ଟି ପାଇଁ ଉଦ୍ଦିଷ୍ଟ ଏହି କାର୍ଯ୍ୟକ୍ରମରେ କମିଶନରେଟ ପୋଲିସ କମିଶନର ତଥା ବରିଷ୍ଠ ଆଇପିଏସ ଅଫିସର ସୌମେନ୍ଦ୍ର ପ୍ରିୟଦର୍ଶୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଓଏସଏପି ୭ମ ବାଟାଲିଅନରେ ସଶସ୍ତ୍ର ବଳ ଡିସିପି ବିଜୟ କୁମାର ସାହୁ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।

ସାହା ଫାଉଣ୍ଡେସନ୍ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା କମିଶନର ଏହାକୁ ବେଶ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାୟ ୩୦୦ ଫଳନ୍ତି ଗଛର ଚାରା ରୋପଣ କରାଯାଇଥିଲା । ଏହି ଗଛ କୁଡିକ ଦ୍ୱାରା ପରିବେଶ ସୁରକ୍ଷା ହେବା ସହିତ ଫଳଗଛ ଦ୍ୱାରା ପରବର୍ତ୍ତୀ ପିଢି ମଧ୍ୟ ଉପକୃତ ହୋଇ ପାରିବ ବୋଲି ସେ ମତ ଦେଇଥିଲେ ।

Get real time updates directly on you device, subscribe now.