fbpx

ରଶ୍ମିରେଖା ମାମଲାରେ ମୁହଁ ଖୋଲିଲେ ଡିସିପି: କହିଲେ ମୃତ୍ୟୁର ରହସ୍ୟ, ଦେଖନ୍ତୁ ଅଭିନେତ୍ରୀଙ୍କ ଶେଷ Video

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଟେଲି ଅଭିନେତ୍ରୀ ରଶ୍ମିରେଖା ମୃତ୍ୟୁ ମାମଲାକୁ ନେଇ ଚର୍ଚ୍ଚା ଜୋର ଧରିଛି । ମାମଲାକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ। । ତାଙ୍କ କହିବା ମୁତାବକ, ‘ରଶ୍ମିରେଖା ଆତ୍ମହତ୍ୟା କରିଥିବା ତଦନ୍ତରୁ ଜଣାପଡିଛି । ପୋଷ୍ଟମର୍ଟମ ରିପୋର୍ଟ ଆଧାରରେ ପୋଲିସ ତଦନ୍ତ କରୁଛି । ପୋଲିସକୁ ମିଳିଥିବା ରିପୋର୍ଟ-ସୁଇସାଇଡ ବାଏ ହ୍ୟାଙ୍ଗିଙ୍ଗ । ଡିପ୍ରେସନ କାରଣରୁ ରଶ୍ମିରେଖା ଆତ୍ମହତ୍ୟା କରିଥିବା ଜଣାପଡିଛି ।’

କାହିଁକି ଡିପ୍ରେସନରେ ଥିଲେ, ତାହାର କାରଣ ଜାଣିବାକୁ ତଦନ୍ତ ଚାଲିଛି । ରଶ୍ମିରେଖାଙ୍କ ମୋବାଇଲ ଅନଲକ୍ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ସ୍ୱାମୀର ପରିଚୟ ଦେଇ ରହୁଥିବା ସନ୍ତୋଷଙ୍କୁ ଥାନାକୁ ଡକାଯାଇଛି । ସନ୍ତୋଷ ପାତ୍ରଙ୍କ ସମେତ ଅନ୍ୟ ବନ୍ଧୁମାନଙ୍କୁ ଥାନାକୁ ଡକାଯାଇଛି ବୋଲି ଡିସିପି କହିଛନ୍ତି ।

ତେବେ ଗତକାଲି ସାମ୍ନାକୁ ଆସିଥିଲା ଅଭିନେତ୍ରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ, ଯେଉଁଥିରେ ରଶ୍ମିରେଖା ଆତ୍ମହତ୍ୟା କରିଥିବା ନେଇ ସୁରାକ୍ ମିଳିଛି । ମୃତ୍ୟୁ ସୁଇସାଇଡାଲ ହ୍ୟାଙ୍ଗିଙ୍ଗ ଜନିତ ବୋଲି ପୋଷ୍ଟମର୍ଟମ ରିପୋର୍ଟରୁ ସ୍ପଷ୍ଟ ହୋଇଛି । ରଶ୍ମିରେଖାଙ୍କ ପୋଷ୍ଟମର୍ଟମ ରିପୋର୍ଟ ନେଇ କ୍ୟାପିଟାଲ ହସ୍ପିଟାଲ ସୂତ୍ରରୁ ସୂଚନା ମିଳିଛି । ଏହା ସହ ରଶ୍ମିରେଖାଙ୍କ ଶରୀରରେ ବାହ୍ୟ ବା ଆଭ୍ୟନ୍ତରୀଣ ଆଘାତ ନଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ପୋଷ୍ଟମର୍ଟମର ୨୪ରୁ ୩୬ ଘଣ୍ଟା ପୂର୍ବରୁ ମୃତ୍ୟୁ ଘଟିଥିବା ଉଲ୍ଲେଖ ରହିଛି । ବେକରେ ଦଉଡି ଦେଇଥିବାରୁ ଶ୍ବାଶରୁଦ୍ଧ ହୋଇଥିଲା। ଆତ୍ମହତ୍ୟା କରିବା ପୂର୍ବରୁ ସେ ବିଷ ପିଇଥିଲେ କି ଅନ୍ୟ କିଛି ତାହା ଭିସେରା ରିପୋର୍ଟରୁ ସ୍ପଷ୍ଟ ହେବ। ତେଣୁ ଭିସେରା ରିପୋର୍ଟ ପାଇଁ ରଶ୍ମିରେଖାଙ୍କ ଶରୀରରୁ କିଛି ଅଭ୍ୟନ୍ତରୀଣ ଅଂଶକୁ ପଠାଇ ଦିଆଯାଇଛି।

ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ନୂଆପଲ୍ଲୀ ଗଡ଼ସାହିସ୍ଥିତ ଭଡ଼ା ଘରେ ସନ୍ତୋଷଙ୍କ ସହ ଲିଭ୍‍ ଇନ୍‍ ରିଲେସନ୍‍ସିପ୍‍ରେ ରହୁଥିଲେ ରଶ୍ମିରେଖା। ଘର ମାଲିକଙ୍କୁ ସ୍ୱାମୀ, ସ୍ତ୍ରୀ ପରିଚୟ ଦେଇ ସନ୍ତୋଷ ଭଡ଼ା ନେଇଥିଲେ। ଘର ନେବାର ପ୍ରାୟ ୮ ଦିନ ପରେ ରଶ୍ମିରେଖା ସେଠାରେ ପହଞ୍ଚି ଥିଲେ। ଉଭୟ ପତିପତ୍ନୀ ହୋଇ ରହୁଥିଲେ। ଉଭୟ ପତିପତ୍ନୀଙ୍କ ପ୍ରେମରେ କଣ୍ଟା ସାଜିଥିଲେ ପୂର୍ବତନ ପୁରୁଷବନ୍ଧୁ ରାଜା। ସେ ବାରମ୍ୱାର ରଶ୍ମିରେଖାଙ୍କ ପାଖକୁ ଫୋନ କରୁଥିଲେ। ଏକଥା ଜାଣିବା ପରେ ସନ୍ତୋଷ ଓ ରଶ୍ମିରେଖାଙ୍କ ମଧ୍ୟରେ ତିକ୍ତତା ବଢ଼଼ିଥିଲା। ରାଜାକୁ ନେଇ ଉଭୟଙ୍କ ଭିତରେ ଯୁକ୍ତିତର୍କ ଲାଗିଥିବା ଶୁଣିବାକୁ ମିଳିଥିଲା।

Get real time updates directly on you device, subscribe now.