fbpx

ବେଜିଂରେ ଶୀତକାଳୀନ ଅଲିମ୍ପିକକୁ ଉଦଘାଟନ ଓ ଉଦଯାପନ ଉତ୍ସବର ସିଧା ପ୍ରାରଣ କରିବନି ଦୂରଦର୍ଶନ

ନୂଆଦିଲ୍ଲୀ: ଚୀନର ବେଜିଂରେ ଅନୁଷ୍ଠିତ ହେବାକୁ ଯାଉଥିବା ଶୀତ କାଳୀନ ଅଲିମ୍ପିକ୍‌ କ୍ରୀଡାର ଉଦଘାଟନ ଓ ଉଦଯାପନ ଉତ୍ସବର ସିଧା ପ୍ରାରଣ କରିବ ନାହିଁ ଦୂରଦର୍ଶନ । ପ୍ରସାର ଭାରତୀର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଶଶୀ ଶେଖର ଭେମ୍ପାତି ଏହି ପ୍ରସଙ୍ଗ ଉପରେ କହିଛନ୍ତି ଯେ ଯୋଗ ଦେବା ପାଇଁ କୌଣସି ଭାରତୀୟ ପ୍ରତିନିଧିଙ୍କୁ ଆମନ୍ତ୍ରଣ କରା ଯାଇ ନ ଥିବା ବେଳେ ଉଦଘାଟନ ଓ ଉଦଯାପନ ଉତ୍ସବରେ ଯୋଗ ଦେବା ପାଇଁ କୌଣସି ଭାରତୀୟ ପ୍ରତିନିଧିଙ୍କୁ ଆମନ୍ତ୍ରଣ କରା ଯାଇନାହିଁ । ସେହି ରି ଗତ ଗଲୱାନ ସଂଘର୍ଷରେ ଆହତ ହୋଇଥିବା ଚୀନର ପିପୁଲ୍ସ ଲିବରେସନ ଆର୍ମୀର କମାଣ୍ଡରଙ୍କୁ ଶୀତ କାଳୀନ ଅଲିମ୍ପିକ୍‌ କ୍ରୀଡାର ଟର୍ଚ୍ଚ ରିଲେ ପାଇଁ ଚୟନ କରିବା ଏକ ଭିନ୍ନ ଚିନ୍ତାଧାରା । କାରଣ ଚୀନ ଏହି କ୍ରୀଡାକୁ ରାଜନୈତିକ ରୂପ ରେଖ ଦେବାକୁ ଚହୁଁଛି । ତେଣୁ ଭାରତ ଏହାକୁ ନାପସନ୍ଦ କରେ । ସୂଚନା ଯୋଗ୍ୟ ଯେ ଜାମ୍ମୁ କାଶ୍ମୀରର ଆଲପାଇନ ସ୍କାଇଏର ଏହି ଅଲିମ୍ପିକ୍ସରେ ଭାଗ ନେବା ପାଇଁ ମନୋନୀତ ହୋଇଛନ୍ତି ।

Get real time updates directly on you device, subscribe now.