fbpx

ଆଜି ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ । ପଶ୍ଚିମା ଝଡ଼ ପ୍ରଭାବରେ ଶିମିଳିପାଳରେ ପ୍ରବଳ ବର୍ଷା ଅନୁଭୂତ ହେଉଥିବା କାରଣରୁ ଏହି ପଦକ୍ଷେପ ନିଆଯାଇଛି । ବର୍ଷା କାରଣରୁ କେବଳ ଆଜି ଦିନକ ପାଇଁ ଅଭୟାରଣ୍ୟକୁ ବନ୍ଦ ରଖାଯାଇଛି । ତେବେ ପରବର୍ତ୍ତୀ ସମୟରେ ବର୍ଷାର ସ୍ଥିତି ଦେଖିବ ପଦକ୍ଷେପ ନିଆଯିବା କର୍ତ୍ତୃପକ୍ଷଙ୍କ ତରଫରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ଗତ ଡିସେମ୍ବର ମାସ ୩୦ ତାରିଖରେ ମଧ୍ୟ ଶିମିଳିପାଳ ଅଭୟାରଣ୍ୟକୁ ବର୍ଷା କାରଣରୁ ଗୋଟିଏ ଦିନ ପାଇଁ ବନ୍ଦ ରଖାଯାଇଥିଲା । ଏଥିସହ କୋଭିଡ୍ ଗାଇଡଲାଇନକୁ ମାନିବାକୁ ପ୍ରଶାସନ ପକ୍ଷରୁ ପର୍ଯ୍ୟଟକଙ୍କୁ ସତର୍କ କରାଯାଇଥିଲା । ଶୀତ ଆଗମନରେ ମାସ ପହିଲାରୁ ଅଭୟାରଣ୍ୟକୁ ପର୍ଯ୍ୟଟକଙ୍କ ପାଇଁ ଖୋଲା ଯାଇଥିଲା । ମାତ୍ର ଲଗାଣ ବର୍ଷା ପାଇଁ ୧୫ ତାରିଖଠାରୁ ପୁଣି ବନ୍ଦ କରିଦିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ଅଭୟାରଣ୍ୟକୁ ଆସୁଥିବା ସମସ୍ତ ପର୍ଯ୍ୟଟକଙ୍କୁ କରୋନା କଟକଣା ମାନିବାକୁ କର୍ତ୍ତୃପକ୍ଷଙ୍କ ପକ୍ଷରୁ ନିବେଦନ କରାଯାଇଥିଲା ।

Get real time updates directly on you device, subscribe now.