fbpx

ଗାଡି ମୋଟର ଯାଞ୍ଚ ଧରାପଡିଲା ୨୪ କିଲେ ଗଞ୍ଜେଇ, ୨ ଚାଳାଣକାରୀଙ୍କୁ ବାନ୍ଧିଲା ପୋଲିସ

ଖଇରପୁଟ, (ଭାସ୍କର ନ୍ୟୁଜ୍‌) : ମୋଟରଗାଡ଼ି ଯାଞ୍ଚ ସମୟରେ ଧରାପଡିଲା ଗଞ୍ଜେଇ ଚୋର । ଖାଇରପୁଟ କୁଡୁମୁଲୁଗୁମ୍ମା ନିକଟସ୍ଥ ଡିଗ୍ରୀ ମହାବିଦ୍ୟାଳୟ ସମ୍ମୁଖରେ ମୋଟର ଗାଡି ଯାଞ୍ଚ ସମୟରେ ଦୁଇ ଜଣ ଗଞ୍ଜେଇ ଚୋରକୁ ଧରିଛି କୁଡୁମୁଲୁଗୁମ୍ମା ପୋଲିସ । ଫାଣ୍ଡି ଅଧିକାରୀ ଗିରିଶ ଚନ୍ଦ୍ର ମହାରଣାଙ୍କ ନେତୃତ୍ୱରେ ଏକ ଟିମ ରାଜରାସ୍ତାରେ ଗାଡି ମୋଟର ଯାଞ୍ଚ କରୁଥିବା ସମୟରେ ଏକ ହିରୋ ମୋଟର ସାଇକେଲରେ ଯାଉଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ଅଟକାଇ ପଚରାଉଚରା କରିଥିଲା । ହଠାତ ସେଠାରୁ ଜଣେ ବ୍ୟକ୍ତି ଫେରାର ହୋଇଯାଇଥିଲା । ପୋଲିସର ସନ୍ଦେହ ଉପୁଜିବାରୁ ଉକ୍ତ ମୋଟର ସାଇକେଲର ଡିକି ଖୋଲି ତନଖିଥିଲା । ସେଥିରେ ଗଞ୍ଜେଇ ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଥିଲା । ଜବତ ଗଞ୍ଜେଇର ପରିମାଣ ୨୪ କିଲୋଗ୍ରାମ ବୋଲି ପୋଲିସ ସୂଚନା ଦେଇଛି । ଏଥିସହିତ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ସହ ଓର୍କେଲ ଥାନା ରେ – ୨୯/୨୨ ସଂଖ୍ୟାରେ ଏକ କେଶ୍‌ ରୁଜ୍ଜୁ କରି କୋର୍ଟ ଚାଲାଣ କରିବା ସହ ଅନ୍ୟ ଫେରାର ଅଭିଯୁକ୍ତକୁ ଧରିବା ପାଇଁ ପ୍ରୟାସ ଜାରି ରହିଛି ବୋଲି କୁଡୁମୁଲୁଗୁମ୍ମା ପୋଲିସ ଫାଣ୍ଡି ଅଧିକାରୀ ଶ୍ରୀ ମହାରଣା ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.