fbpx

କ୍ଵିଣ୍ଟନ ଡିକକଙ୍କ ଦମଦାର ଅର୍ଦ୍ଧଶତକ, ତୃତୀୟ ବିଜୟ ହାସଲ କଲା ଲକ୍ଷ୍ନୌ 

Advertisement

ମୁମ୍ବାଇ : କ୍ଵିଣ୍ଟନ ଡିକକଙ୍କ ଦମଦାର ଅର୍ଦ୍ଧଶତକ ବଳରେ ଆଇପିଏଲର ୧୫ତମ ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାୟଣ୍ଟସ ଦିଲ୍ଲୀ କ୍ୟାପିଟାଲ୍ସକୁ ୮ ଓ୍ଵିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଲକ୍ଷ୍ନୌ ଚଳିତ ସିଜିନରେ ଚତୁର୍ଥ ମ୍ୟାଚ୍ରେ କ୍ରମାଗତ ତୃତୀୟ ବିଜୟ ହାସଲ କରିଛି। ଅନ୍ୟପଟେ ଦିଲ୍ଲୀ ତିନୋଟି ମ୍ୟାଚରୁ ଦ୍ଵିତୀୟ ପରାଜୟ ଭୋଗିଛି। ପ୍ରଥମେ ବ୍ୟାଟିଂ କରି ପୃଥ୍ଵୀ ଶଙ୍କ ବିସ୍ଫୋରକ ୬୧ ରନ ସତ୍ତ୍ଵେ ବି ଦିଲ୍ଲୀ କ୍ୟାପିଟାଲ୍ସ ୩ ଓ୍ଵିକେଟ୍ ହରାଇ ୧୪୯ ରନ କରିଛି। ତାଙ୍କ ବ୍ୟତୀତ ଋଷଭ ପନ୍ତ ୩୯ ଏବଂ ସରଫରାଜ ଖାନ ୩୬ ରନ କରିଛନ୍ତି। ପଞ୍ଜାବ କିଙ୍ଗ୍ସ ପକ୍ଷରୁ ରବି ବିଷ୍ଣୋଇ ୨୨ ରନ ଦେଇ ୨ଟି ଓ୍ଵିକେଟ୍ ନେଇଛନ୍ତି। ଜବାବରେ କ୍ଵିଣ୍ଟନ ଡିକକଙ୍କ ୮୦ ରନ ଅର୍ଦ୍ଧଶତକୀୟ ଇନିଂସ ବଳରେ ଲକ୍ଷ୍ନୌ ୧୯.୪ ଓଭରରେ ୪ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। କୃଣାଲ ପାଣ୍ଡ୍ୟା ୧୯ ରନ କରି ଅପରାଜିତ ଥିଲେ।

୧୫୦ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଲକ୍ଷ୍ନୌର ଦୁଇ ଓପନର ଅଧିନାୟକ କେଏଲ ରାହୁଲ ଏବଂ ଡିକକ୍ ଦଳକୁ ଭଲ ଆରମ୍ଭ ଦେଇଥିଲେ। ପ୍ରଥମ ଓ୍ଵିକେଟ୍ରେ ୯.୪ ଓଭରରେ ୭୩ ରନ ଯୋଡି ଦଳ ବିଜୟରେ ମୂଳଦୁଆ ପକାଇଥିଲେ। ରାହୁଲ ୨୪ ରନ କରି ଆଉଟ୍ ହୋଇଥିଲେ। ଏଭିନ ଲୁଇସ(୫) ପାଭିଲିୟନ ଫେରିଥିଲେ। ଅନ୍ୟପଟେ ଡିକକ ଦଳର ସ୍କୋରକୁ ଆଗକୁ ନେବା ସହ ଅର୍ଦ୍ଧଶତକ ହାସଲ କରିଥିଲେ। ଦଳୀୟ ସ୍କୋର ୧୨୨ ରନରେ ଡିକକ ଆଉଟ୍ ହୋଇଥିଲେ। ସେ ୫୨ ବଲରୁ ୯ ଚୌକା ଏବଂ ୨ ଛକା ସହ ୮୦ ରନ କରିଥିଲେ। ଶେଷ ଆଡକୁ ମ୍ୟାଚ୍ ରୋମାଞ୍ଚକର ହୋଇଥିଲା। ତେବେ ଦୀପକ ହୁଡ୍ଡା ୧୧ ରନ କରି ଆଉଟ୍ ହୋଇଥିଲେ। କୃଣାଲ ପାଣ୍ଡ୍ୟା ୧୯ ରନ କରି ଲକ୍ଷ୍ନୌକୁ ୧୯.୪ ଓଭରରେ ୪ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଆୟୁଷ ବାଦୋନି ବିଜୟ ସୂଚକା ଛକା ମାରିଥିଲେ।

Get real time updates directly on you device, subscribe now.