fbpx

ବରମୁଣ୍ଡା ବ୍ରିଜ ତଳେ ମୃତଦେହ ଉଦ୍ଧାର

ଭୁବନେଶ୍ୱର,୨୫ ।୧୦(ଓଡିଶା ଭାସ୍କର) : ପୁଣି ବରମୁଣ୍ଡା ବ୍ରିଜ ତଳ ନାଳ ଭିତରୁ ଖଣ୍ଡଗିର ଥାନା ପୋଲିସ ଏକ ଅଜଣା ମୃତଦେହ ଉଦ୍ଧାର କରିଛି। ତା’ ସହିତ ଏକ ବାଇକ ମଧ୍ୟ ଉଦ୍ଧାର ହୋଇଛି। ଉଦ୍ଧାର ହୋଇଥିବା ଗାଡ଼ିର ଡାହାଣ ପାର୍ଶ୍ଵ ଲେଗ୍ ଗାର୍ଡ ଭାଙ୍ଗି ଯାଇଛି। ଏହା ସହ ପୋଲିସ ଉଦ୍ଧାର କରିଥିବା ମୃତକର ବେକରେ କଟା ଦାଗ ସହ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ରହିଛି। ପାରିପାର୍ଶ୍ବିକ ପରିସ୍ଥିତିରୁ ପୋଲିସ ଏହାକୁ ଏକ ଦୁର୍ଘଟଣା ବୋଲି କହିଛି। ତେବେ ଗାଡ଼ି ନମ୍ବରରୁ ମାଲିକ ସୁବ୍ରତ ଧଳ ବୋଲି ଜଣା ପଡ଼ିଛି। ଏହି ନମ୍ବର ଆଧାରରେ ମାଲିକଙ୍କ ସହ ଯୋଗାଯୋଗ କରାଯାଉଥିବା ପୋଲିସ କହିଛି।

Get real time updates directly on you device, subscribe now.