fbpx

ପ୍ରବାସୀ ଶ୍ରମିକ ଟ୍ରେନରେ ଯୁବତୀଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର,୨୪ ।୫(ଓଡିଶା ଭାସ୍କର): ବିଶାଖାପାଟଣା-ବଲାଙ୍ଗିର ଶ୍ରମିକ ସ୍ୱତନ୍ତ୍ର ଟ୍ରେନରୁ ଜଣେ ଯୁବତୀଙ୍କ ମୃତଦେହ ଠାବ କରାଯାଇଛି । ୧୮ ବର୍ଷର ଯୁବତୀ ଜଣକ କୋରାପୁଟ ଜିଲ୍ଲା ବ୍ରେପାରିଗୁଡା ବ୍ଲକର ରାଧା ଖରା ବୋଲି ଜଣାପଡିଛି । ସେ ଟ୍ରେନର ଏସ-୧୦ ବଗିରେ ଘରକୁ ଫେରୁଥିବା ଜଣାପଡିଛି । କରୋନା ପାଇଁ ନା ଅନ୍ୟ କେଉଁ କାରଣ ପାଇଁ ଯୁବତୀଙ୍କ ମୃତ୍ୟୁ ହୋଇଛି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ । ତେବେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ଆସିଥିବା ପ୍ରବାସୀ ଶ୍ରମିକ ଟ୍ରେନ ବଲାଙ୍ଗିରରେ ପହଞ୍ଚିବା ପରେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।

Get real time updates directly on you device, subscribe now.