fbpx

ନୂଆପଡ଼ାକୁ ଛୁଇଁଲା କରୋନା, ଚିନ୍ତା ବଢ଼ାଇଲେ ନରସିଂହପୁର ଆକ୍ରାନ୍ତ

ଭୁବନେଶ୍ୱର,୨୪ ।୫(ଓଡିଶା ଭାସ୍କର): ପ୍ରଥମ ଥର ପାଇଁ ନୂଆପଡ଼ା ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ । ଆଜି ନୂଆପଡ଼ା ଜିଲ୍ଲାରେ ଜଣେ ପଜିଟିଭ୍ ଚିହ୍ନଟ ହୋଇଛି । ନୂଆପଡ଼ାକୁ ମିଶାଇ ୨୭ ଜିଲ୍ଲାକୁ ଛୁଇଁଲା କରୋନା ଭାଇରସ । ତେବେ ଆଜି ରାଜ୍ୟରେ ନୂଆ ୬୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୬କୁ ବୃଦ୍ଧି ପାଇଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେଥିମଧ୍ୟରୁ ଗଞ୍ଜାମରୁ ୭, ପୁରୀରୁ ୧୬, ଖୋର୍ଦ୍ଧରୁ ୩, ନୟାଗଡରୁ ୧୩, ଜଗତସିଂହପୁରରୁ ଜଣେ, ସୁନ୍ଦରଗଡରୁ ୪, କଳାହାଣ୍ଡିରୁ ୪, ବଲାଙ୍ଗିରୁ ୭, କଟକରୁ ୨, ଢେଙ୍କାନାଳରୁ ୧, ଅନୁଗୁଳରୁ ୬, ନୂଆପଡା ୧ ଓ ମାଲକାନଗିରିରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଅନ୍ୟପଟେ ଚିନ୍ତା ବଢ଼ାଇଛନ୍ତି କଟକ ନରସିଂହପୁର କୋରୋନା ଆକ୍ରାନ୍ତ । ସେ ସୁରତରୁ ଫେରିବା ପରେ ୧୪ ଦିନ କ୍ବାରେଣ୍ଟାଇନ କେନ୍ଦ୍ରରେ ଥିଲେ । ୩ ଥର ରିପୋର୍ଟ ନେଗେଟିଭ ଆସିବା ପରେ ଘରକୁ ଯାଇଥିଲେ ଆକ୍ରାନ୍ତ । ଏବେ ସଂପୃକ୍ତ ବ୍ୟକ୍ତିଙ୍କ ଚତୁର୍ଥ ରିପୋର୍ଟ ପଜିଟିଭ ଆସିଛି ।

Get real time updates directly on you device, subscribe now.