fbpx

ରାଜଧାନୀର ଏକ ଘରୋଇ ହଷ୍ଟେଲରୁ ଯୁବତୀଙ୍କ ମୃତ ଦେହ ଉଦ୍ଧାର, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱରର ଏକ ଘରୋଇ ହଷ୍ଟେଲରୁ ଆଜି ଜଣେ ଯୁବତୀଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଇନଫୋସିଟି ଥାନା ଅଂଚଳର ଏକ ଏମବିଏ କଲେଜ ହଷ୍ଟେଲରୁ ଯୁବତୀଙ୍କ ମୃତଦେହ ମିଳିଛି । ସୂଚନା ଅନୁସାରେ ମୃତ ଛାତ୍ରୀ ଜଣଙ୍କ ହେଉଛନ୍ତି ଏକ ଘରୋଇ କଲେଜର ଏମବିଏ ଦ୍ୱିତୀୟ ବର୍ଷର ଛାତ୍ରୀ । ତାଙ୍କର ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ମୃତଦେହକୁ ଜବତ କରି ପୋଲିସ ତଦନ୍ତ ଜାରି ରଖିଛି ।

ଘଟଣା ସ୍ଥଳରେ ଇନଫୋସିଟି ଥାନା ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ଏହି ମୃତ ଛାତ୍ରୀ ଜଣଙ୍କ ହେଉଛନ୍ତି, କୋରାପୁଟ ସୁନାବେଡାର ଏମବିଏ ଦ୍ୱିତୀୟ ବର୍ଷର ଛାତ୍ରୀ ସୁଶ୍ରୀ ପ୍ରଜ୍ଞମିତା ସେଠିି । ଶୁକ୍ରବାର ସଂନ୍ଧ୍ୟା ୫ ବେଳେ ଏଭଳି ଅଘଟଣ ଘଟିଥିବା ସୂଚନା ମିଳିଛି । ତେବେ ସମସ୍ତେ ପୁରୁଣା ବର୍ଷକୁ ବିଦାୟ ଦେଉଥିବାବେଳେ ସେହି ସମୟରେ ସୁଶ୍ରୀ ଆତ୍ମହତ୍ୟା କରିଥିବା ଜଣା ପଡିଛି । ଆଗାମୀ ୩ ତାରିଖରେ ଏକ କମ୍ପାନୀରେ ତାଙ୍କର ଜଏନିଂ ଥିଲା । ହେଲେ ହଠାତ୍ କଣ ଏପରି ହେଲା ଯେ, ସେ ଆତ୍ମହତ୍ୟା କରିବାକୁ ସ୍ଥିର କଲେ ତାର ତଦନ୍ତ କରୁଛି ପୋଲିସ୍ ।

Get real time updates directly on you device, subscribe now.