fbpx

ମିଳିଲା କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ, କାରଣ ଅସ୍ପଷ୍ଟ

Advertisement

ଭୁବନେଶ୍ୱର : ଜଣେ ମହିଳା କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବୁଧବାର ସକାଳେ ରିଜର୍ଭ ଲାଇନ୍ ପୁଲିସ କ୍ୱାର୍ଟରରେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏପର୍ଯ୍ୟନ୍ତ ମୃତ୍ୟୁର କାରଣ ଜଣାପଡିନଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ, ଢେଙ୍କାନାଳ ଟାଉନ ଥାନାରେ ମୃତ ମହିଳା କନଷ୍ଟେବଳ କାର୍ଯ୍ୟରତ ଥିଲେ । ତାଙ୍କ ସ୍ୱାମୀ ଗଣେଶ୍ୱର ନାୟକ ରିଜର୍ଭ ପୁଲିସରେ କାର୍ଯ୍ୟରତ ଅଛନ୍ତି । ତାଙ୍କର ୯ ବର୍ଷର ପୁଅ ଏବଂ ୫ ବର୍ଷର ଝିଅ ଅଛନ୍ତି ବୋଲି ଜଣାପଡିଛି ।

Get real time updates directly on you device, subscribe now.