fbpx
BJD SKY
BJD SKY

କରୋନା କରାଳ , ଆମେରିକାରେ ଶବ ରଖିବାକୁ ସ୍ଥାନର ଅଭାବ

BJD

କରୋନା କବଳ ରେ ସାରା ବିଶ୍ୱ I ଦିନକୁ ଦିନ ବଢି ଚାଲିଛି ମୃତ୍ୟୁସଂଖ୍ୟା I କେବଳ ଆମେରିକାରେ ମୃତ୍ୟୁବରଣ କଲେଣି ଦଶହଜାରରୁ ଅଧିକ ଲୋକ I ଲକଡାଉନ କଟକଣା ଯୋଗୁଁ ହୋଇପାରୁନି ଶବ ସତ୍କାର I ଦେଶର ବିଭିନ୍ନ ମୁର୍ଦ୍ଦା ଘର ବା ମର୍ଗ ରେ ରଖାଯାଇଛି ମୃତକଙ୍କ ଶରୀର I ଅନୁମାନ ଅନୁସାରେ କରୋନା ରେ କେବଳ ଆମେରିକାରେ ଏକ ଲକ୍ଷ ଲୋକ ମୃତ୍ୟୁ ବରଣ କରିବା ସମ୍ଭାବନା ରହିଛି I ଏଭଳି ଅବସ୍ଥାରେ ନିଅଣ୍ଟିଆ ପଡିବ ମର୍ଗ I ତେଣୁ ଟ୍ରମ୍ପ ପ୍ରଶାସନ ଅସ୍ଥାୟୀ ମର୍ଗ ପ୍ରସ୍ତୁତି ରେ ଲାଗିପଡିଛନ୍ତି I ତାଛଡା ଏହାଦ୍ୱାରା ବି ସଂକ୍ରମଣ ବଢିବା ଆଶଙ୍କା ଚିନ୍ତାର ବିଷୟ ହୋଇଛି I

Get real time updates directly on you device, subscribe now.