fbpx

ସାଉଦୀ ଆରବରୁ ବାରଣାସୀ ପହଞ୍ଚିଲା ଶବ: ମୃତଦେହ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ପରିଜନ…

ଅନେକ ପରିସ୍ଥିତରେ ଏଭଳି ଦେଖାଯାଇଛି ଯେ ବିଦେଶରେ ଯଦି କେହି ପରିଜନଙ୍କର ଦେହାନ୍ତ ହେଉଛି, ସେତେବେଳେ ତାଙ୍କର ମୃତଦେହ ଭାରତ ଆସିବାକୁ ନେଇ ପରିଜନମାନେ ବେଶ୍ ଚିନ୍ତାରେ ଥାନ୍ତି । ଆଉ ଯଦି ଏପରିସ୍ଥିତିରେ ପରିବାରଲୋକେ ଶବକୁ ବିଦେଶରୁ ଆସିବାକୁ ଅପେକ୍ଷା କରିଥିବେ । କିନ୍ତୁ ଯେତେବେଳେ ଶବ ପହଞ୍ଚୁଛି ଆଉ ପରିବାରଲୋକେ ଜାଣିବାକୁ ପାଉଛନ୍ତି ଯେ ଏହା ଆଉ କାହାର ଶବ । ଏପରି ସ୍ଥିତିରେ କ’ଣ ହେବ? ଏଭଳି କିଛି ଘଟିଛି ୟୁପି ।

ବାରଣାସୀର ଲାଲବାହାଦୁର ଶାସ୍ତ୍ରୀ ବିମାନ ବନ୍ଦରରେ ଶୁକ୍ରବାର ସାଉଦି ଆରବରୁ ଇଣ୍ଡିଗୋର ଏକ ବିମାନରେ ପହଞ୍ଚିଥିବା ଜଣେ ବ୍ୟକ୍ତିଙ୍କ ଶବ ବଦଳିଯିବାର ମାମଲା ସାମ୍ନାକୁ ଆସିଛି । ପରିଜନମାନେ ଏୟାରଲାଇନ୍ସ କମ୍ପାନୀ ଉପରେ ଭୁଲ୍ ଟ୍ୟାଗ୍ ଲଗାଇବା ଅଭିଯୋଗ ଆଣିଛନ୍ତି ଯେଉଁଥିପାଇଁ ଅନ୍ୟ କାହାର ଶବ ପହଞ୍ଚିଥିଲା । କମ୍ପାନୀ ଏହି ଅଭିଯୋଗକୁ ଖଣ୍ଡନ କରିଛି । ପରିଜନମାନେ ହଙ୍ଗାମା ମଧ୍ୟ କରିଛନ୍ତି । ଏୟାରପୋର୍ଟର ହସ୍ତକ୍ଷେପ ପରେ ଶବକୁ ଶିବପୁର ସ୍ଥିତ ସ୍ୱାସ୍ଥ୍ୟ ବିଭାଗର ମୁର୍ଦା ଘରେ ରଖାଯାଇଛି ।

ପରିଜନଙ୍କ କହିବା ଅନୂଯାୟୀ, ଚନ୍ଦୌଲୀରେ ଚକିୟା ତହସିଲର ସିକନ୍ଦରପୁର ନିବାସୀ ଜାଭେଦ ଅହମଦ ଇଦରୀସୀ ଦେଢ଼ ବର୍ଷ ପୂର୍ବରୁ ସାଉଦୀ ଆରବର ଦମ୍ମାମ ସହରରେ ଏକ ବେସରକାରୀ କମ୍ପାନୀରେ କାମ କରିବାକୁ ଯାଇଥିଲେ । ୨୫ ସପ୍ଟେମ୍ବରରେ ବ୍ରେପ୍ ହ୍ୟାମରେଜ୍ ଯୋଗୁଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । କମ୍ପାନୀର ସୂଚନା ପାଇ ପରିଜନ ଦୂତାବାସ ଜରିଆରେ ଶବ ଭାରତ ମଗାଇଥିଲେ । ଏୟାରପୋର୍ଟରୁ ଶବ ନେଇ ଘରକୁ ଫେରିଥିଲେ ପହଞ୍ଚିଥିଲେ । କିନ୍ତୁ ରାସ୍ତାରେ ଆଶଙ୍କା ହେବାରୁ ସେମାନେ ଶବ ଚେକ୍ କରିଥିଲେ ତେବେ ଶବ ଜାଭେଦଙ୍କର ନଥିଲା ।

ସେମାନେ ଅଧାବାଟରୁ ବାବତପୁର ଏୟାରପୋର୍ଟ ଫେରିଥିଲେ । ସେମାନେ ଏନେଇ ଏୟାରଲାଇନ୍ କମ୍ପାନୀକୁ ଅଭିଯୋଗ କରିଥିଲେ କିନ୍ତୁ ଇଣ୍ଡିଗୋ ନିଜ ଦୋଷ ନଥିବା ନେଇ ଯୁକ୍ତି ବାଢ଼ିଥିଲା । ପରିଜନ ଏହାର ସୂଚନା ଏୟାରପୋର୍ଟ ପ୍ରଶାସନକୁ ଦେଇଥିଲେ । ଯାହାପରେ ଶବକୁ ମୁର୍ଦ୍ଦା ଘରେ ରଖାଯାଇଥିଲା ।

Get real time updates directly on you device, subscribe now.