fbpx

ଅନଲାଇନ ଠକେଇର ଶିକାର ହେଲେ ବଲିଉଡର ଏହି ଅଭିନେତା: ଆକାଉଣ୍ଟରୁ ଏତିକି ଲକ୍ଷ ଲୁଟ୍

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଅନୁ କପୁର ସହ ଠକେଇ ହୋଇଥିବା ଅଭିଯୋଗ ହୋଇଛି । ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଛି । ଅନୁ କପୁର ଏନେଇ ପୋଲିସକୁ ସୂଚନା ଦେଇଛନ୍ତି । ଅନୁ କପୁରଙ୍କ ସହ ଅନଲାଇନ୍ ଠକେଇ ହୋଇଥିବା ବେଳେ ପୋଲିସ ଏବେ ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଏକ ପ୍ରାଇଭେଟ ବ୍ୟାଙ୍କରୁ ଅନୁ କପୂରଙ୍କୁ ଫୋନ୍ ଆସିଥିଲା । ଫୋନରେ ତାଙ୍କା ଆକାଉଣ୍ଟ ସହ ଥିବା କେୟାଇସିକୁ ଅପଡେଟ କରିବାକୁ କୁହାଯାଇଥିଲା । ବାସ୍ ଏତିକି ବେଳେ ତାଙ୍କ ଆକାଉଣ୍ଟରୁ ୪.୩୬ ଲକ୍ଷ ଟଙ୍କା ବାହାର କରିଦେଲେ ଅନଲାଇନ୍ ଠକ । ପୋଲିସ ଅଭିନେତାଙ୍କ ସହ ସହଯୋଗ ରହିଥିବା ବେଳେ ତାଙ୍କୁ ଟଙ୍କା ମିଳିଯିବ ବୋଲି ସୁନିଶ୍ଚିତ କରିଛନ୍ତି ।

ତେବେ ଅନୁ କପୁରଙ୍କୁ ଫୋନରେ ଠକମାନେ କେୱାଇସି ଅପଡେଟ କରିବାକୁ ବ୍ୟାଙ୍କ ଡିଟେଲ୍ସ ମାଗିଥିଲେ । ଅନୁ ତାଙ୍କ ସହ ବ୍ୟାଙ୍କ ଡିଟେଲ୍ସ ସେୟାର କରିବା ସହ ଓଟିପି ମାଗିଥିଲେ । ଅଭିନେତା ଜଣକ ଓଟିପି ଦେବା ପରେ ଠକମାନେ ତାଙ୍କୁ ଆକାଉଣ୍ଟରୁ ୪.୩୬ ଲକ୍ଷ ଟଙ୍କା ଲୁଟିନେଲେ । ଠକମାନେ ୨ ଥର କରି ତାଙ୍କ ଆକାଉଣ୍ଟରୁ ଟଙ୍କା ବାହାର କରିଥିଲେ । ଏପରି ହେବା ମାତ୍ରେ ବ୍ୟାଙ୍କ ଅନୁଙ୍କୁ ଫୋନ କରି ଆକାଉଣ୍ଡ ସହ କିଛି ଗଡ଼ବଡ଼ ହୋଇଥିବା କହିଥିଲା । ବାଲାନ୍ସ ଚେକ୍ କରିବା ପରେ ସବୁ ଜଣାପଡିଥିଲା ଓ ଅଭିନେତା ଜଣକ ନିଜ ଆକାଉଣ୍ଟକୁ ସିଜ୍ କରିଥିଲେ । ସୂଚନା ମିଳିବା ପରେ ପୋଲିସ ଘଟଣା ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.