fbpx

ଲଗାତାର ଷଷ୍ଠ ଥର ପାଇଁ ଇନ୍ଦୋରକୁ ମିଳିଲା ଦେଶର ସଚ୍ଛ ସହରର ମାନ୍ୟତା…

ନୂଆଦିଲ୍ଲୀ: କେନ୍ଦ୍ରର ବାର୍ଷିକ ସର୍ବେକ୍ଷଣରେ ଇନ୍ଦୋରକୁ ଲଗାତାର ଷଷ୍ଠ ଥର ସବୁଠୁ ସ୍ୱଚ୍ଛ ସହର ଭାବରେ ବଛାଯାଇଛି । ଏହାପରେ ସୁରତ ଦ୍ୱିତୀୟ ସ୍ଥାନରେ ଏବଂ ମୁମ୍ବାଇ ତୃତୀୟ ସ୍ଥାନରେ ରହିଛି । ଶନିବାର ସବୁଠୁ ସ୍ୱଚ୍ଛ ସହର ସର୍ବେକ୍ଷଣ ଫଳାଫଳ ଘୋଷଣା କରାଯାଇଛି । ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର ୨୦୨୨ ରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବା ରାଜ୍ୟରେ ମଧ୍ୟପ୍ରଦେଶ ପ୍ରଥମ ସ୍ଥାନ ହାସଲ କରିଛି, ଏହା ପରେ ଛତିଶଗଡ଼ ଏବଂ ମହରାଷ୍ଟ୍ରର ନମ୍ବର ରହିଛି ।

ସର୍ବେକ୍ଷଣର ଫଳାଫଳ ଅନୂଯାୟୀ, ୧୦୦ ରୁ କମ୍ ସହରାଞ୍ଚଳ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ଥିବା ରାଜ୍ୟମାନଙ୍କ ମଧ୍ୟରେ ତ୍ରିପୁରା ଶୀର୍ଷ ସ୍ଥାନ ହାସଲ କରିଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୂ ଶନିବାର ଏକ କାର୍ଯ୍ୟକ୍ରମରେ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି । ଏହି ଅବସରରେ କେନ୍ଦ୍ର ଗୃହ ଏବଂ ନଗର ବ୍ୟାପାର ମନ୍ତ୍ରୀ ହରଦୀପ ସିଂହ ପୁରୀ ଏବଂ ଅନ୍ୟ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ ।

ତେବେ ଅନ୍ୟ ସହରମାନଙ୍କ ମଧ୍ୟରେ ଚୁତର୍ଥ ସ୍ଥାନରେ ବିଶାଖାପଟ୍ଟନମ୍, ପଞ୍ଚମ ସ୍ଥାନରେ ବିଜୟୱାଡ଼ା, ଷଷ୍ଠରେ ଭୋପାଳ, ସପ୍ତମରେ ତିରୁପତି, ଅଷ୍ଟମରେ ମହୀଶୂର, ନବମରେ ଏନଡିଏମସି ଏବଂ ଦଶମରେ ଅମ୍ବିକାପୁର ରହିଛନ୍ତି ।

Get real time updates directly on you device, subscribe now.