fbpx

ଶରୀରକୁ ପ୍ରଚୁର ଶକ୍ତି ଯୋଗାଇଥାଏ ‘ଥଣ୍ଡା କ୍ଷୀର’ : ଜାଣନ୍ତୁ ଏହାର ଉପକାରିତା

ସମସ୍ତେ କ୍ଷୀର ପିଇବାକୁ ପସନ୍ଦ କରନ୍ତି ନାହିଁ, କିନ୍ତୁ ଏହାର ଲାଭ ଶୁଣିବା ପରେ ସମସ୍ତେ ଏହାକୁ ଔଷଧ ଭାବରେ ପିଇପାରିବେ । କ୍ଷୀରକୁ ଗରମ କିମ୍ବା ଥଣ୍ଡା ଭାବରେ ପିଇବାକୁ ଲୋକମାନେ ପସନ୍ଦ କରିଥାନ୍ତି । ଏଥିରେ ଅନେକ ପୋଷକ ତତ୍ତ୍ୱ ମିଳିଥାଏ ଯାହା ଲୋକଙ୍କୁ ସୁସ୍ଥ ରଖିଥାଏ । କ୍ଷୀରରେ ଭରପୂର ମାତ୍ରାରେ ଥିବା କ୍ୟାଲସିୟମ୍ ଏବଂ ଭିଟାମିନ୍ ଡି ହାଡକୁ ଶକ୍ତିଶାଳୀ କରିବାରେ ସାହାର୍ଯ୍ୟ କରିଥାଏ । ଗରମ କ୍ଷୀରର ଉପକାରିତା ବିଷୟରେ ସମସ୍ତେ ଜାଣନ୍ତି, କିନ୍ତୁ ଆସନ୍ତୁ ଜାଣିବା ଥଣ୍ଡା କ୍ଷୀରର କ’ଣ ରହିଛି ଉପକାରିତା…

– ଏସିଡିଟିରୁ ମୁକ୍ତି ପାଇବା ପାଇଁ ଥଣ୍ଡା କ୍ଷୀର ଅତ୍ୟନ୍ତ ଲାଭଦାୟକ । ଥଣ୍ଡା କ୍ଷୀର ପିଇବା ଦ୍ୱାରା ମୋଟାପଣ ବି କମିଯାଏ ।

– ଥଣ୍ଡା କ୍ଷୀର ମୁହଁରେ ଲଗାଇବା ଦ୍ୱାରା ସ୍କିନ୍ ଚମକିଥାଏ ଓ ବହୁତ ନରମ ହୋଇଯାଏ । ଶରୀରର ତାପମାତ୍ରା ମଧ୍ୟ ନିୟନ୍ତ୍ରଣରେ ରହିଥାଏ ।

– କ୍ଷୀର ଖାଇ ଶରୀରକୁ ପ୍ରଚୁର ଶକ୍ତି ମିଳିଥାଏ । ଆପଣ ଏହାକୁ ଓଟସ୍ ଏବଂ ଦଲିଆ ସହିତ ମଧ୍ୟ ଖାଇପାରିବେ । ଦିନସାରା ଶରୀର ଫିଟ୍ ରହିବ ଏବଂ ପ୍ରୋଟିନର ବିଲକୁଲ ଅଭାବ ରହିବ ନାହିଁ ।

– ଥଣ୍ଡା କ୍ଷୀର ପିଇବା ଦ୍ୱାରା ଖାଦ୍ୟ ସହଜରେ ହଜମ ହୋଇପାରେ । ଏହି କ୍ଷୀରରେ ଅଦା ମିଶାଇ ପିଇବା ଦ୍ୱାରା ଶରୀର ଫିଟ୍ ରୁହେ ।

– ଥଣ୍ଡା କ୍ଷୀରରେ ଅନେକ ଇଲେକ୍ଟ୍ରୋଲାଇଟ୍ ମିଳିଥାଏ, ଯାହା ଶରୀରରେ ଡିହାଇଡ୍ରେସନ୍ ସୃଷ୍ଟି କରେ ନାହିଁ । ପ୍ରତିଦିନ ଥଣ୍ଡା କ୍ଷୀର ପିଇବା ଦ୍ୱାରା ତାହା ଶରୀରକୁ ହାଇଡ୍ରେଟ୍ ରଖେ ।

Get real time updates directly on you device, subscribe now.