fbpx

ହୋଲିରେ ବଢ଼ିବ ମହଙ୍ଗା ଭତ୍ତା! କର୍ମଚାରୀଙ୍କ ବେତନରେ ୯ ହଜାର ଟଙ୍କା ବୃଦ୍ଧି ଘଟିବ, ମିଳିଲା ବଡ଼ ସଙ୍କେତ

Advertisement

ନୂଆଦିଲ୍ଳୀ: ବର୍ଷର ଜାନୁଆରୀ ଓ ଜୁଲାଇ ମାସରେ ଦୁଇଥର କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି କରାଯାଇଥାଏ । ଅଧିକାଂଶ ସମୟରେ ପ୍ରଥମ ଡିଏ ସଂଶୋଧନ ମାର୍ଚ୍ଚ ମାସରେ ସାର୍ବଜନିକ କରାଯାଇଥାଏ । ତେଣୁ ଆସନ୍ତା ମାସରେ କେନ୍ଦ୍ର ସରକାର ଏନେଇ ଏକ ବଡ଼ ନିଷ୍ପତ୍ତି ନେଇ ପାରନ୍ତି । ବିଶେଷ କରି ଆସନ୍ତା ହୋଲି ଅବସରରେ କେନ୍ଦ୍ର କର୍ମଚାରୀଙ୍କୁ ଏକ ବଡ଼ ଉପହାର ମିଳିପାରେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ମାସରେ କର୍ମଚାରୀଙ୍କୁ ଡିଏ ଉପହାର ଦେଇ ପାରନ୍ତି । ମାର୍ଚ୍ଚରେ ସରକାର ୪ ପ୍ରତିଶତ ଡିଏ ବୃଦ୍ଧି କରିପାରନ୍ତି ବୋଲି ଅନୁମାନ କରଯାଉଛି । ଏଭଳି ସ୍ଥିତିରେ ମୋଟ ଡିଏ ୫୦ ପ୍ରତିଶତରେ ପହଞ୍ଚିଯିବ ଓ କର୍ମଚାରୀଙ୍କ ବେତନରେ ମଧ୍ୟ ବୃଦ୍ଧି ଘଟିବ । ଏହା ପୂର୍ବରୁ କେନ୍ଦ୍ର ସରକାର ଗତବର୍ଷ ଅକ୍ଟୋବର ମାସରେ କର୍ମଚାରୀଙ୍କର ଡିଏ ବୃଦ୍ଧି ଘୋଷଣା କରିଥିଲେ ।

ତେବେ ସରକାରଙ୍କ ତରଫରୁ ଏ ବାବଦରେ ଅଫିସିଆଲ ଭାବେ କୌଣସି ଘୋଷଣା କରାଯାଇ ନାହିଁ । ଅଖିଳ ଭାରତୀୟ ସିପିଆଇ-ଆଇଡବ୍ଲ୍ୟୁ) ଡାଟା ଆଧାରରେ ଡିଏ ବୃଦ୍ଧି ନିଷ୍ପତ୍ତି ନିଆଯାଇଥାଏ । ଶିଳ୍ପ କର୍ମଚାରୀଙ୍କ ପାଇଁ ସିପିଆଇ-ଆଇଡବ୍ଳ୍ୟୁର ୧୨ ମାସର ଆଭରେଜ ୩୯୨.୮୩ ରହିଥିବାରୁ ଏହା ଅନୁସାରେ ଡିଏ ମୂଳ ବେତନର ୫୦.୨୬ ପ୍ରତିଶତ ହେଉଛି । ତେଣୁ ଏହି ହିସାବରେ ଏଥର ୪ ପ୍ରତିଶତ ଡିଏ ବୃଦ୍ଧି ହୋଇପାରେ । ଯଦି କୌଣସି କର୍ମଚାରୀଙ୍କର ବେସିକ ପେ’ ୧୮ ହଜାର ହୋଇଥାଏ, ତେବେ ୪୬ ପ୍ରତିଶତ ଡିଏ ହିସାବରେ ତାଙ୍କର ୮,୨୮୦ ଟଙ୍କା ହୋଇଥାଏ । ସେହି ଅନୁସାରେ ୪ ପ୍ରତିଶତ ଡିଏ ବଢ଼ିବା ପରେ ଉକ୍ତ ଅର୍ଥ ୯ ହଜାର ଟଙ୍କା ହୋଇଯିବ । ଆଗାମୀ ଦିନରେ କର୍ମଚାରୀଙ୍କ ବେତନରେ ସିଧାସଳଖ ୭୨୦ ଟଙ୍କା ବୃଦ୍ଧି ଦେଖିବାକୁ ମିଳିପାରେ । ସେହିପରି ସର୍ବାଧିକ ବେସିକ ପେ କର୍ମଚାରୀଙ୍କର ବେତନ ୨,୨୭୬ ଟଙ୍କା ବୃଦ୍ଧି ହେବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.