fbpx

ରିଆସି ଆକ୍ରମଣ ଘଟଣା; ଜଙ୍ଗଲକୁ ଚାରିପଟେ ଆତଙ୍କବାଦୀଙ୍କୁ ଜଗିଛି ମୃତ୍ୟୁ: ସେନା-କମାଣ୍ଡୋ ଟିମର କଡ଼ା ପ୍ରହରା

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ତୀର୍ଥଯାତ୍ରୀଙ୍କ ବସ୍ ଉପରେ ଆତଙ୍କୀ ଆକ୍ରମଣ ବର୍ତ୍ତମାନ ଦେଶକୁ ଥରାଇ ଦେଇଛି । ଏହି ଆକ୍ରମଣରେ ସାମିଲ ଆତଙ୍କବାଦୀ ଗୋଷ୍ଠୀକୁ ଖୋଜି ଉଚିତ ଶାସ୍ତି ଦେବା ପାଇଁ ପ୍ରସ୍ତୁତ ହୋଇଛି ଭାରତୀୟ ସେନା । ସେନା ଏବଂ ସିଆରପିଏଫର ୧୧ଟି ଟିମ୍ ଉପର ପାହାଡ଼ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରଖିଛି । ପାକିସ୍ତାନର ଏହି ଆତଙ୍କୀଙ୍କୁ ମହଁତୋଡ଼ ଜବାବ ଦେବା ପାଇଁ ଆକ୍ସନ ମୋଡରେ କମ୍ବିଙ୍ଗ ଅପରେସନ କରୁଛି ସୁରକ୍ଷା କର୍ମୀ । ଆକ୍ରମଣ ପର ଆତଙ୍କବାଦୀ ଜଙ୍ଗଲକୁ ଯାଇଥିବା ସୂଚନା ମିଳିଥିବା ବେଳେ ବର୍ତ୍ତମାନ ଏହି ଜଙ୍ଗଲକୁ ଘେରି ରହିଛନ୍ତି ସେନା ଓ ସୁରକ୍ଷାକର୍ମୀ । ଏହାବ୍ୟତୀତ କମାଣ୍ଡୋ ଏବଂ ଡ୍ରୋନ ମଧ୍ୟ ନିୟୋଜିତ ହୋଇଛନ୍ତି ।

ବୈଷ୍ଣୋ ଦେବୀ ମନ୍ଦିର ଅଭିମୁଖେ ଯାତ୍ରା କରୁଥିବା ତୀର୍ଥଯାତ୍ରୀଙ୍କ ବସ ଉପରେ ଆକ୍ରମଣ କରି ପ୍ରଥମେ ଡ୍ରାଇଭରଙ୍କୁ ଗୁଳି କରିଥିଲେ ଆତଙ୍କବାଦୀ । ଫଳରେ ବସଟି ଭାରସାମ୍ୟ ହରାଇ ଏକ ଘାଟିରେ ଖସି ପଡ଼ିଥିଲା ଏବଂ ଏହି ଘଟଣାରେ ୯ ଜଣ ପ୍ରାଣ ହରାଇଥିବା ବେଳେ ୪୧ ଜଣରୁ ଅଧିକ ତୀର୍ଥଯାତ୍ରୀ ଆହତ ହୋଇଛନ୍ତି । ଦେଶରେ ନିର୍ବାଚନ ଏବଂ ସରକାର ପରିବର୍ତ୍ତନ ସମୟରେ ଏହି ମାମଲା ହୋଇଥିବା ବେଳେ ଭାରତ ଏହାର କୌଣସି ଜବାବ ଦେଇ ପାରିନାହିଁ । ତେବେ ବର୍ତ୍ତମାନ ଘଟଣାସ୍ଥଳରେ ଭାରତୀୟ ଯବାନଙ୍କ ସମେତ, ସିଆରପିଏଫର ଯବାନମାନଙ୍କୁ ନିୟୋଜିତ କରାଯାଇଛି ।

ଆତଙ୍କବାଦୀ ଜଙ୍ଗଲରେ ଥିବା ସୂଚନା ମିଳିବା ପରେ ସମ୍ପୂର୍ଣ୍ଣ ଜଙ୍ଗଲକୁ ଘେରି ରହିଛନ୍ତି ଭାରତୀୟ ସେନା ଏବଂ ସିଆରପିଏଫ ଯବାନଙ୍କର ୧୧ଟି ସ୍ୱତନ୍ତ୍ର ଟିମ୍ । ଏହାବ୍ୟତୀତ କମାଣ୍ଡୋ ଏବଂ ଡ୍ରୋନ ମଧ୍ୟ ଏଠାରେ ନଜର ରଖିଛନ୍ତି । ସର୍ଚ୍ଚିଙ୍ଗ ଅପରେସନ ଜାରି ରହିଥିବା ବେଳେ ଆତଙ୍କବାଦୀଙ୍କୁ ଦେଖିବା ମାତ୍ରେ ମାରିବା ପାଇଁ ଅପେକ୍ଷା କରି ରହିଛନ୍ତି ସୁରକ୍ଷାକର୍ମୀ ।

Get real time updates directly on you device, subscribe now.