୨ ପୋଲିସ୍ କର୍ମଚାରୀଙ୍କ ମୃତ୍ୟୁ ଘଟଣା, ଶୋକ ପ୍ରକାଶ ସହିତ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ପୋଲିସ ମୃତ୍ୟୁ ଘଟଣାରେ 10 ଲକ୍ଷ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।
ଭୁବନେଶ୍ବର: କଟକ ଗତିରାଉତପାଟଣା ନିକଟରେ ଭୟଙ୍କର ଦୁର୍ଘଟଣାରେ 2 ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା । ପିସିଆର୍ ଭ୍ୟାନ୍କୁ ଏକ ହାଇଓ୍ବା ଧକ୍କା ଦେବାରୁ ପୋଲିସ କର୍ମଚାରୀଙ୍କ ଜୀବନ ଚାଲିଯାଇଥିଲା ।
ତେବେ ଏହି ଘଟଣାରେ ଶୋକ ପ୍ରକାଶ କରିବା ସହିତ ବର୍ତ୍ତମାନ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୃତକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି ।
ଖବର ଅନୁସାରେ, କଟକ ସିଆରଆର୍ଆଇ ଥାନା ପଛ ମହାନଦୀ ବନ୍ଧ ରାସ୍ତାରେ ପିସିଆର୍ ଭ୍ୟାନ୍ ପାଟ୍ରୋଲିଂ କରୁଥିଲେ । କଟକ ଗତିରାଉତପାଟଣା ନିକଟରେ ହାଇଓ୍ବା ପିସିଆରକୁ ଧକ୍କା ଦେବା ସମୟରେ ଏଥିରେ ଅନେକ ପୋଲିସ ରହିଥିଲେ ।
ଗାଡିଟି ରାସ୍ତାକଡ଼କୁ ଓଲଟି ପଡିବା ଫଳରେ ସେମାନଙ୍କ ମଧ୍ୟରୁ 2ଜଣଙ୍କ ଜୀବନ ଯାଇଥିବା ବେଳେ ଅନେକ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଦୁର୍ଘଟଣା ପରେ ହାଇଓ୍ବା ଡ୍ରାଇଭର ଫେରାର ହୋଇଯାଇଥିଲା । ପୋଲିସ ତଦନ୍ତ କରି ଡ୍ରାଇଭରକୁ ଧରିବା ସହିତ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।