fbpx
BSKY
BJD MC SKY
BJD YOUTH SKY

ଶିମିଳିପାଳରେ ବିରଳ କଳା ମହାବଳ ବାଘର ମୃତ୍ୟୁ, ଶରୀରରେ କ୍ଷତ ଚିହ୍ନ

ମୟୁରଭଞ୍ଜ: ଶିମିଳିପାଳ ପାଇଁ ଗୋଟେ ପଟେ ସମ୍ଭାବନା ର ଖବର ଆସିଥିବା ବେଳେ ଅନ୍ୟପଟେ କଳା ବାଘର ମୃତ୍ୟୁ କୁ ନେଇ ମଧ୍ୟ ନୈରାଶ୍ୟଜନକ ଖବର ଆସିଛି। ଶିମିଳିପାଳ ଅଭୟାରଣ୍ୟ କୋର ଏରିଆରେ କଳା ମହାବଳ ବାଘର ମୃତ୍ୟ ଘଟିଛି। ମୃତ ବାଘର ବୟସ ସାଢ଼େ ୩ବର୍ଷ ବୋଲି ଅନୁମାନ କରାଯାଉଛି। ଏନେଇ ପିସିସିଏଫ ସୁଶୀଲ କୁମାର ପପିଲି ଭୁବନେଶ୍ୱର ରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ ଦୁଇ ବାଘ ମଧ୍ୟରେ ଘମାଘଟ ଲଢେ଼ଇ ହେବା କାରଣରୁ ଏପରି ଘଟିଥିବା ନେଇ ବିଭାଗ ସନ୍ଦେହ କରିଛି। ତେବେ ଏନେଇ ଉଚ୍ଚସ୍ତରୀୟ ଅଧିକାରୀଙ୍କୁ ନେଇ ଟାସ୍କଫୋର୍ସ ଟିମ ଗଠନ କରି ତଦନ୍ତ କରାଯିବ ବୋଲି ସୂଚନା ମିଳିଛି ଏକ ଟାସ୍କଫୋର୍ସ ଟିମ ସହ ଶିମିଳିପାଳ ଉପ ନିର୍ଦ୍ଦେଶକ, କ୍ଷେତ୍ର ନିର୍ଦ୍ଦେଶକ ଙ୍କ ସମେତ ଅନେକ ରେଞ୍ଜର ଅଧିକାରୀ, ପ୍ରାଣୀ ବିଶେଷଜ୍ଞ, ପ୍ରବନି ଚିକିତ୍ସକ ଙ୍କ ଏକ ଟିମ ଶିମିଳିପାଳ ଅଭୟାରଣ୍ୟ ର ଘଟଣା ସ୍ଥଳକୁ ଯାଇ ଅନୁଧ୍ୟାନ କରିଛନ୍ତି।

ବିରଳ ପ୍ରଜାତିର କଳା ବାଘ ମରିବା ଶିମିଳିପାଳ ଇତିହାରର ପ୍ରଥମ ଘଟଣା ଯାହା ନଜରକୁ ଆସିଛି। ଏନେଇ ବନ୍ୟା ପ୍ରାଣୀ ପ୍ରେମୀଙ୍କ ମନରେ କୋଠାରଘାତ ହୋଇଛି । ଦନ୍ତାହାତୀ ମୃତ୍ୟୁ ଘଟଣାରେ ଶିମିଳିପାଳର ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ନିର୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ପ୍ରକାଶ ଚାନ୍ଦ ଗୋଗନେନୀ ସଦଳବଳେ ଜଙ୍ଗଲ ଆଭ୍ୟନ୍ତରଣକୁ ଯାଇଥିବାରୁ ମତାମତ ମିଳିପାରିନାହିଁ।

ଦେଶରେ ଏକ ଉତ୍କୃଷ୍ଟ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ବୋଲି NTCA ଘୋଷଣା କରିଥିବା ବେଳେ ସର୍ବ ଭାରତୀୟ ସ୍ତରରେ ଶିମିଳିପାଳ ହେଉଛି ବ୍ୟାଘ୍ର ସଂରକ୍ଷଣ। ପ୍ରକଳ୍ପ ଶତକଡା ୯୦% ପ୍ରତିଶତ ବୋଲି ଦର୍ଶାଇଛି। ସର୍ବଭାରତୀୟ ସ୍ତରରେ ୧୨ ଟି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ମଧରୁ ଶିମିଳିପାଳ ର ସ୍ଥାନ ୧୧ ତମ ରହିଥିବା ବେଳେ ପ୍ରଥମ ସ୍ଥାନରେ କେରଳର ତିରିଆ ବ୍ୟାଘ୍ର ପ୍ରକଳ୍ପ ରହିଛି। ଏନେଇ ପୂର୍ବରୁ NTCA ର ଏକ ଟିମ ଶିମିଳିପାଳ ଅଞ୍ଚଳରେ ସର୍ବେକ୍ଷଣ କରି ଫେରି ଯାଇଥିବା ବେଳେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପାଇଁ ଉତ୍କୃଷ୍ଟ ସ୍ଥାନ ବୋଲି ରିପୋର୍ଟ ଦେଇଥିବା ବେଳେ ଜାତୀୟ ଓ ରାଜ୍ୟ ସ୍ତରରେ ପରିବେଶ ବିତ ମାନଙ୍କ ମନରେ ଆସ୍ୱସ୍ତି ଆଣିଛି। ଶିମିଳିପାଳ ରେ ଶେଷ ଗଣନା ଅନୁଯାୟୀ ୨୮ ଟି ବାଘ ଥିବା ବେଳେ ବିରଳ ମେଲାନେଷ୍ଟିକ ପ୍ରଜାତିର କଳା ବାଘ ମଧ୍ୟ ଦେଖିବାକୁ ମିଳିଥାନ୍ତି ।

 

Get real time updates directly on you device, subscribe now.