fbpx

ସମ୍ବଲପୁର ହିଂସା ଘଟଣାର ସ୍ଥିତି ଅନୁଧ୍ୟାନ ପାଇଁ ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି କେନ୍ଦ୍ରୀୟ ଦଳ

ନୂଆଦିଲ୍ଲୀ: ସମ୍ବଲପୁର ହନୁମାନ ଜୟନ୍ତୀ ହିଂସାକାଣ୍ଡ ଘଟଣାର ସ୍ଥିତି ଅନୁଧ୍ୟାନ କରିବାକୁ ଆଜି ବିଜେପି କେନ୍ଦ୍ରୀୟ ଅନୁଧ୍ୟାନ କମିଟିର ଚାରିଜଣିଆ ଟିମ୍‍ ଓଡ଼ିଶା ଗସ୍ତରେ ଆସୁଛନ୍ତି । ରାଜ୍ୟସଭା ସଦସ୍ୟ ବ୍ରଜଲାଲ୍‍ଙ୍କ ନେତୃତ୍ୱରେ ଏହି କମିଟି ଆଜି ଭୁବନେଶ୍ୱରରେ ପହଞ୍ôଚବା ପରେ ଆସନ୍ତାକାଲି ଘଟଣାସ୍ଥଳକୁ ଗସ୍ତ କରିବେ ।

ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟସଭା ସଦସ୍ୟ ସମୀର ଓରାଓଁ, ଆଦିତ୍ୟ ସାହୁ ଏବଂ ଲୋକସଭା ସଦସ୍ୟ ଜ୍ୟୋର୍ତିମୟ ସିଂ ମହେତୋ ଏହି କମିଟିର ସଦସ୍ୟ ଅଛନ୍ତି । କମିଟି ହିଂସା ଘଟଣାର ସ୍ଥିତି ଓ ପରବର୍ତ୍ତୀ ପରିସ୍ଥିତି ନେଇ ସମୀକ୍ଷା କରିବା ସହ ହିଂସାରେ ମୃତ ଚନ୍ଦ୍ରମଣୀ ମିର୍ଦ୍ଧାଙ୍କ ଘରକୁ ଯାଇ ତାଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିବେ ।

ଯାଞ୍ଚ ପରେ ଦଳର ସଭାପତି ଜେ.ପି.ନଡ୍ଡାଙ୍କୁ ରିପୋର୍ଟ ପ୍ରଦାନ କରାଯିବ । ସୂଚନାଯୋଗ୍ୟ, ଗତମାସ ୧୨ ତାରିଖ ହନୁମାନ ଜୟନ୍ତୀ ଶୋଭାଯାତ୍ରାବେଳେ ହିଂସାକାଣ୍ଡ ଯୋଗୁ ସମ୍ବଲପୁର ସହରର ମୋଟ ୬ଟି ଥାନା ଅଂଚଳରେ କର୍ଫ୍ୟୁ ଜାରି କରାଯାଇଥିଲା । ସମୟକ୍ରମେ ପ୍ରଶାସନ ପକ୍ଷରୁ ପୂର୍ବରୁ ୪ଟି ଥାନା ଅଂଚଳରୁ କର୍ଫ୍ୟୁ ହଟିଥିବା ବେଳେ ଗତକାଲି ଧନୁପାଲି ଓ ଟାଉନ୍ ଥାନା ଅଂଚଳରୁ କର୍ଫୁ ହଟାଯାଇଥିବା ନେଇ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରୀ ହୋଇଥିବା ବିଜ୍ଞପ୍ତିରୁ ଜଣାପଡିଛି । ତେବେ ପ୍ରଶାସନର ବିନା ଅନୁମତିରେ କୌଣସି ସଭା ସମିତି ବା ଶୋଭାଯାତ୍ରାର ଆୟୋଜନ ହୋଇପାରିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି ।

Get real time updates directly on you device, subscribe now.