fbpx

CDS ବିପିନଙ୍କ ମୃତ୍ୟୁକୁ ନେଇ ଘନେଇଲା ରହସ୍ୟ: ଶତ୍ରୁରାଷ୍ଟ୍ରର ନିଦ ହଜାଇ ଦେଇଥିବା ଏହି ବୀରପୁତ୍ରଙ୍କ ବିରୋଧରେ ଷଡ଼ଯନ୍ତ୍ର ହୋଇ ନାହିଁ ତ?

ନୂଆଦିଲ୍ଲୀ: ତାମିଲନାଡ଼ୁର କୁନ୍ନୁର ହେଲିକପ୍ଟର କ୍ରାସରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ) ବିପିନ ରାୱତଙ୍କ ଅଚାନକ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନି ଭାରତ । କେମିତି ଭୁଲିବ, ସେ ଜଣେ ସାଧାରଣ ଲୋକ ନଥିଲେ । ଦେଶର କୋଟି କୋଟି ଆବାଳ ବୃଦ୍ଧ ବନିତା ସମସ୍ତଙ୍କର ସୁରକ୍ଷା ତାଙ୍କ ଉପରେ ନ୍ୟସ୍ତ ଥିଲା । ଡୋକଲାମ, ସଜ୍ରିକାଲ ଷ୍ଟ୍ରାଇକ୍ ପରି ବଳିଷ୍ଠ ପଦକ୍ଷେପ ନେଇ ସେ ଚୀନ ଓ ପାକିସ୍ତାନ ପରି ଶତ୍ରୁ ରାଷ୍ଟ୍ରର ନିଦ ହଜାଇ ଦେଇଥିଲେ । ଫଳରେ ସେ ଏକାଧିକ ଶତ୍ରୁ ଦେଶ ପାଇଁ ଜଣେ ଶକ୍ତିଶାଳୀ ଶତ୍ରୁ ଭାବେ ଉଭା ହୋଇଥିଲେ । ସେ ଦେଶର ତିନି ସେନାର ସୂତ୍ରଧର ଥିଲେ । ଆତଙ୍କବାଦୀଙ୍କ ବିରୋଧରେ ଅପରେସନ ଅଲ୍ ଆଉଟ୍ ସେ ଆରମ୍ଭ କରିବା ସହ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇକୁ ଖୋଲା ଚ୍ୟାଲେଞ୍ଜ ଦେଉଥିଲେ । ତେଣୁ ତାଙ୍କର ମୃତ୍ୟୁ ଏକ ସାଧାରଣ ମୃତ୍ୟୁ କଦାପି ହୋଇ ନପାରେ ବୋଲି ସନ୍ଦେହ କରାଯାଉଛି । ହୁଏତ ଏହି ଆକଳନ ଭୁଲ ହୋଇଥାଇପାରେ, ମାତ୍ର ଷଡ଼ଯନ୍ତ୍ରକୁ ମଧ୍ୟ ଶତ ପ୍ରତିଶତ ଏଡ଼ାଇ ଦେଇହେବ ନାହିଁ ।

ତେବେ ଇତିମଧ୍ୟରେ ୧୯ ସେକେଣ୍ଡର ଏକ ଭିଡିଓ ସାମନାକୁ ଆସିଛି । ଭିଡିଓରୁ ଏହା ସ୍ପଷ୍ଟ ହେଉଛି ଯେ, ପ୍ରଥମତଃ ହେଲିକପ୍ଟର କ୍ରାସ୍ ହେବା ପୂର୍ବରୁ ଅଧିକ ଉଚ୍ଚତାରେ ଉଡ଼ୁନଥିଲା । ଦ୍ୱିତୀୟତଃ କିଛି ସେକେଣ୍ଡ ମଧ୍ୟରେ ହେଲିକପ୍ଟରଟି ବାଦଲ ମଧ୍ୟରେ ଲୁଚି ଯାଉଛି । ତୃତୀୟତଃ କିଛି ଦୂର ଯିବା ପରେ ହେଲିକପ୍ଟରର ଇଞ୍ଜିନର ଶବ୍ଦ ଶୁଣାଯାଉ ନାହିଁ । ଏହି ତିନୋଟି ପଏଣ୍ଟକୁ ଗମ୍ଭୀରତାର ସହ ଅନୁଧ୍ୟାନ କଲେ ଏହା ଏକ ଭିନ୍ନ ଦିଗକୁ ଇସାରା କରୁଛି । ଉକ୍ତ ହେଲିକପ୍ଟର ଏକ ସାଧାରଣ ହେଲିକପ୍ଟର ନଥିଲା, ସେଥିରେ ଦୁଇଟି ଇଞ୍ଜିନ ଥିଲା । ଦୁଇଟି ଯାକ ଖରାପ ହୋଇଗଲେ ମଧ୍ୟ ହେଲିକପ୍ଟରଟି ସହଜରେ ଲ୍ୟାଣ୍ଡିଂ କରିପାରିବ, ଏହା ହିଁ ତା’ର ଖାସିଅତ ରହିଥିଲା । ଯାତ୍ରା କରିବା ପୂର୍ବରୁ ହେଲିକପ୍ଟରକୁ ତନ୍ନତନ୍ନ କରି ଯାଞ୍ଚ କରାଯାଇଥିବା ବେଳେ ସେଥିରେ କୌଣସି ତ୍ରୁଟି ଦେଖାଦେଇ ନଥିଲା ।

ଏବେ ପ୍ରଶ୍ନ ଉଠୁଛି, ଏତେସବୁ ପରେ ହେଲିକପ୍ଟର କ୍ରାସ୍ କିପରି ହୋଇଗଲା? ତେଣୁ ପାଇଲଟଙ୍କ କୌଣସି ଭୁଲ ଥାଇପାରେ ଅଥବା ସିଡିଏସଙ୍କ ବିରୋଧରେ କୌଣସି ଅନ୍ତର୍ଜାତୀୟ ଷଡ଼ଯନ୍ତ୍ର ରଚାଯାଇ ଥାଇପାରେ ବୋଲି ଆଶଙ୍କା କରାଯାଉଛି । ତେବେ ଯଦି ଷଡ଼ଯନ୍ତ୍ର କରାଯାଇଥିବ, ତେବେ ହେଲିକପ୍ଟରରେ ବମ ରଖାଯାଇଥିବା ବା ଏହା ଉପରେ ଲେଜର ଆଟାକ୍ କରାଯାଇଥିବ । ହେଲିକପ୍ଟର ଉପରେ ବୀମ ଲେଜର ଲାଇଟ୍ ଫ୍ଲାସ କରିବା ଫଳରେ ପାଇଲଟଙ୍କୁ କିଛି ବି ଦୃଶ୍ୟମାନ ହୋଇନଥିବ, ତାହା କ୍ରାସର ଅନ୍ୟତମ କାରଣ ହୋଇଥିବ । ସେହିପରି ତାମିଲନାଡ଼ୁର ଉକ୍ତ ଅଞ୍ଚଳ ଶ୍ରୀଲଙ୍କା ଆତଙ୍କବାଦୀ ସଂଗଠନ ଏଲଟିଟିଇର ଦୁର୍ଗ ବୋଲି କୁହାଯାଉଥିବା ବେଳେ ଏହା ମଧ୍ୟ ସନ୍ଦେହ ମଧ୍ୟକୁ ଆସୁଛି ।

Get real time updates directly on you device, subscribe now.