fbpx

ବିଜେଡିରେ ମିଶିଲେ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗମୀ ପଞ୍ଚାୟତ ନିର୍ବାଚନ ଥିବା ବେଳେ ଦଳ ଅଦଳବଦଳ ନୀତି ଆରମ୍ଭ ହୋଇଛି । ଏହାରି ମଧ୍ୟରେ ଆଜି ବିଜେଡିରେ ମିଶିଛନ୍ତି ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ । ତଳସରାର ପୂର୍ବତନ କଂଗ୍ରେସ ବିଧାୟକ ପ୍ରଫୁଲ୍ଲ ମାଝୀ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି । ବିଜେଡିର ମିଶ୍ରଣ ପର୍ବରେ ବହୁ ସମର୍ଥକମାନଙ୍କ ସହ ସେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ସେ ଦଳରେ ମିଶିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଧାୟକ ପ୍ରତାପ ଦେବ ଓ ପ୍ରୀତିରଞ୍ଜନ ଘଡ଼ାଇ ବି ଉପସ୍ଥିତି ଥିଲେ ।

ତେବେ କଂଗ୍ରେସ ଦଳ ଛାଡିବା ପରେ କେଉଁ ଦଳକୁ ଯିବେ ପ୍ରଫୁଲ ତାହାକୁ ନେଇ ଚର୍ଚ୍ଚା ଲାଗିରହିଥିଲା । ସେ ବିଜୁ ଜନତା ଦଳରେ ସାମିଲ ହେବାକୁ ଯାଉଛନ୍ତି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଫୁଲ୍ଲ ସ୍ପଷ୍ଟ ଭାବେ କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସ୍ବଚ୍ଛ ଭାବମୂର୍ତ୍ତିକୁ ଦେଖି ବିଜେଡିରେ ସାମିଲ ହେଉଥିବା ସେ କହିଥିଲେ ।

ତଳସରାରୁ କଂଗ୍ରେସର ପୂର୍ବତନ ବିଧାୟକ ଥିଲେ । କଂଗ୍ରେସର ଟାଣୁଆ ଆଦିବାସୀ ନେତା ଥିଲେ ପ୍ରଫୁଲ୍ଲ ମାଝୀ । ତଳସରା ନିର୍ବାଚନମଣ୍ଡଳୀରୁ ଲଗାତାର ୩ ଥର ବିଧାୟକ ନିର୍ବାଚିତ ହୋଇ ହ୍ୟାଟ୍ରିକ ମାରିଥିଲେ ପ୍ରଫୁଲ୍ଲ ମାଝୀ । ୨୦୦୬ରେ ତାଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ ହୋଇଥିଲା । ୨୦୦୬ ଉପନିର୍ବାଚନରେ ପ୍ରଫୁଲ୍ଲ ମାଝୀ ତଳସରାରୁ ବିଜୟୀ ହୋଇଥିଲେ । ଏହାପରେ ୨୦୦୯ ଓ ୨୦୧୪ ବିଧାନସଭା ନିର୍ବାଚନରେ ପ୍ରଫୁଲ୍ଲ ମାଝୀ ବିଜୟୀ ହୋଇଥିଲେ, କିନ୍ତୁ ୨୦୧୯ରେ ସେ ହାରିଯାଇଥିଲେ ।

Get real time updates directly on you device, subscribe now.