fbpx

ଡବଲ ମର୍ଡର ଘଟଣା: କୋର୍ଟରେ ହାଜର ହେଲେ ମାହାଙ୍ଗା IIC

ସାଲେପୁର(ଓଡ଼ିଶା ଭାସ୍କର): ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାରେ ଚାଲିଛି ଶୁଣାଣି । ସାଲେପୁର JMFC କୋର୍ଟରେ ଆଜି ହାଜର ହୋଇଛନ୍ତି ମାହଙ୍ଗା IIC ନିହାର ରଞ୍ଜନ ମହାନ୍ତି । ପୁନଃତଦନ୍ତ ରିପୋର୍ଟ ସହ ସିଡିଆର ଦାଖଲ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେବେ ଟାଇମ୍ ପିଟିସନ କରି ଦିନ ଗଡ଼ାଇ ଚାଲିଥିଲେ IIC ନିହାର । ଶେଷରେ କୋର୍ଟଙ୍କ ଭର୍ତ୍ସନା ଓ ସୋ-କଜ୍ ପରେ ମାହାଙ୍ଗା IIC ଆଜି କୋର୍ଟରେ ହାଜର ହୋଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଚଳିତ ବର୍ଷ ଜାନୁଆରୀ ୨ ତାରିଖ ସନ୍ଧ୍ୟାରେ ମାହାଙ୍ଗାରର ବରିଷ୍ଠ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସଂପର୍କୀୟ ଦିବ୍ୟ ସିଂହ ବରାଳଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଭିତ୍ତି କରି ଏହି ହତ୍ୟାକାଣ୍ଡ ହୋଇଥିବା ଅଭିଯୋଗ କରାଯାଇଥିବାବେଳେ, ଏହି ମାମଲାରେ ୧୩ ଜଣଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଥିଲା । ଏପରିକି ସ୍ଥାନୀୟ ବିଧାୟକ ତଥା ଆଇନମନ୍ତ୍ରୀଙ୍କ ବିରୋଧରେ ମଧ୍ୟ ମାମଲା ହୋଇଥିଲା । ତେବେ ପୁଲିସ ଚାର୍ଜସିଟ୍ ଦାଖଲ ବେଳେ ମନ୍ତ୍ରୀଙ୍କ ନାଁକୁ କାଟି ଦେଇଥିବା ନେଇ ମୃତ କୁଳମଣିଙ୍କ ପୁଅ ରମାକାନ୍ତ ବରାଳ କୋର୍ଟରେ ପ୍ରୋଟେଷ୍ଟ ପିଟିସନ୍ କରିଥିଲେ।

Get real time updates directly on you device, subscribe now.