fbpx

ବାହାଘର ପାଲଟିଲା ମୃତ୍ୟୁର କାରଣ! ଏବେ ୧୦୦ରୁ ଅଧିକ ଲୋକ କରୋନା ପଜିଟିଭ୍

ବିହାରରେ ଲଗାତାର କରୋନା ନିଜର କାୟା ବିସ୍ତାର କରିବାରେ ଲାଗିଛି ଓ ରୋଗୀଙ୍କ ସଂଖ୍ୟା ୧୦ ହଜାରରୁ ଅଧିକକୁ ବୃଦ୍ଧି ପାଇଛି । ଏହାରି ମଧ୍ୟରେ ପାଟଣାରେ ଏକ ଭୟଙ୍କର ରୂପ ନେଇଛି କରୋନା । ଜିଲ୍ଲା ମୁଖ୍ୟାଳୟ ନିକଟରେ ଥିବା ପାଲିଗଞ୍ଜରେ ହୋଇଥିବା ଏକ ବିବାହ ସମାରୋହରେ କରୋନା ବିସ୍ଫୋରଣ ହୋଇଛି, ଯାହାକି ପୁରା ଅଞ୍ଚଳକୁ ଥରାଇ ଦେଇଛି । ବର୍ତ୍ତମାନ ସମୟରେ ପାଲିଗଞ୍ଜ ଗାଁରେ ମାଡି ଚାଲିଛି କରୋନା ଭାଇରସ୍ ।

ତେବେ ପାଲିଗଞ୍ଜରେ ଆୟୋଜିତ ଏହି ବାହାଘରର ମାତ୍ର ୨ ଦିନ ପରେ ହିଁ ବରର ମୃତ୍ୟୁ ଘଟିଛି । ଏହା ସହ ୧୫ ଦିନ ମଧ୍ୟରେ ବାହାଘରକୁ ଯାଇଥିବା ଲୋକମାନେ ଧିରେ ଧିରେ କେରୋନାରେ ସଂକ୍ରମିତ ହେଉଛନ୍ତି । ଏବେ ସୁଦ୍ଧା ୧୦୦ରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି ।

ଏହି ମାମଲାରେ ପ୍ରାୟ ୩୦୦ ଲୋକଙ୍କର ରିପୋର୍ଟ ନିଆଯାଇଥିଲା । ବାହାଘରରେ ସମ୍ପୃକ୍ତ ଥିବା ସମସ୍ତ ସମ୍ପର୍କୀୟ, ଫଟୋଗ୍ରାଫର , ରୋଷେୟା ଓ ଅତିଥି ମଧ୍ୟ ଏଥିରେ ସାମିଲ ଥିଲେ । ରିପୋର୍ଟରେ ଏତେ ସଂଖ୍ୟକ ଲୋକଙ୍କ ପଜିଟିଭ ଆସିବା ପରେ ଅନ୍ୟ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହେବାରେ ଲାଗିଛି ।

Get real time updates directly on you device, subscribe now.