fbpx

ମଦୁଆଙ୍କ ପାଇଁ ଖୁସି ଖବର! ଏଣିକି କାଉଣ୍ଟରରେ ମିଳିବ ମଦ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର,୩୦ ।୬(ଓଡିଶା ଭାସ୍କର): କରୋନା ସଙ୍କଟ ସମୟରେ ମଦ ପିଉଥିବା ଲୋକମାନଙ୍କ ପାଇଁ ଆସିଛି ଏକ ଆରାମଦାୟକ ଖବର । ଏଣିକି କାଉଣ୍ଟର ବା ଦୋକାନମାନଙ୍କରେ ବିକ୍ରି ହେବ ମଦ । କାଉଣ୍ଟରରେ ମଦ ବିକ୍ରି ନେଇ ଅନୁମତି ଦେଇଛି ଅବକାରୀ ବିଭାଗ ।

ତେବେ କାଲିଠାରୁ କାଉଣ୍ଟରରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମଦ ମିଳିବ । ଏହା ସହ ହୋମ୍ ଡେଲିଭରିରେ ମଦ୍ୟ ମଦ ଯୋଗାଇ ଦିଆଯିବ । ଆବଶ୍ୟକ ପଡିଲେ ଭିଡ ନିୟନ୍ତ୍ରଣ ପାଇଁ ବ୍ୟାରେକେଡ କରାଯିବ । କାଉଣ୍ଟରରେ ଭିଡ ଦୃଷ୍ଟିରୁ ଅଧିକ ଲୋକଙ୍କୁ ମଧ୍ୟ ନିୟୋଜିତ କରାଯାଇ ପାରିବ ।

ସେହିଭଳି ‘ଅନ୍’ ସପ୍ ଗୁଡିକ ‘ଅପ୍’ ସପ୍ ଭାବେ ମଦ ବିକ୍ରି କରିପାରିବେ । ଏହା ଫଳରେ ଅଧିକ ମଦ କାଉଣ୍ଟରରେ ମଦ ବିକ୍ରି ହୋଇପାରିବ । କାଉଣ୍ଟର ବାହାରେ ସ୍ଲଟ୍ ବୁକିଂ ପାଇଁ ଇ-ଟୋକନର ବ୍ୟବସ୍ଥା ରହିବ ।

Get real time updates directly on you device, subscribe now.