fbpx

ଆମେ ଗମ୍ଭୀରଙ୍କୁ ଛାଡ଼ିବୁ ନାହିଁ: ISIS ପକ୍ଷରୁ ହତ୍ୟା ଧମକ ମିଳିବା ପରେ ବଢ଼ିଲା ସୁରକ୍ଷା

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଛି । ଆଇଏସଆଇଏସ କଶ୍ମୀର ପକ୍ଷରୁ ଏହି ଧମକ ଦିଆଯାଇଥିବା ନେଇ ଗମ୍ଭୀର ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ତେବେ ପୋଲିସ ଏହି ଅଭିଯୋଗକୁ ଗ୍ରହଣ କରିବା ସହ ଗମ୍ଭୀରଙ୍କ ବାସଭବନରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦେଇଛି ।

ଆଇଏସଆଇଏସ କଶ୍ମୀର ଇ-ମେଲ ଓ ଫୋନ ମାଧ୍ୟମରେ ଗମ୍ଭୀରଙ୍କୁ ଧମକ ଦେଇଥିବା ଜଣାପଡ଼ିଛି । ତେବେ ଏହି ଅଭିଯୋଗ ଦାଖଲ ହେବା ପରେ ଦିଲ୍ଲୀ ପୋଲିସ ଏହି ମାମଲାର ଯାଞ୍ଚ ଆରମ୍ଭ କରିଦେଇଥିବା କହିଛନ୍ତି ସେଣ୍ଟ୍ରାଲ ଡିସିପି ଶ୍ୱେତା ଚୌହାନ । ସୂଚନାଯୋଗ୍ୟ ଯେ, ଗମ୍ଭୀର ପୂର୍ବ ଦିଲ୍ଲୀ ସିଟରୁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ସେ କ୍ରିକେଟରୁ ଅବସର ଗ୍ରହଣ କରିବା ପରେ ରାଜନୀତିରେ ଯୋଗ ଦେଇଥିଲେ । ୨୦୦୭ ଟି-୨୦ ବିଶ୍ୱକପ ଓ ୨୦୧୧ ବିଶ୍ୱକପ ବିଜୟୀ ଦଳର ସେ ସଦସ୍ୟ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ । ସେ ଦୁଇଟି ଯାକ ବିଶ୍ୱକପର ଫାଇନାଲରେ ଦଳକୁ ବିଜୟୀ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

Get real time updates directly on you device, subscribe now.