fbpx

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ, ଜାଣନ୍ତୁ ମହାପ୍ରଭୁଙ୍କ ମହାଯୋଜନାରେ କେଉଁଥିପାଇଁ କେତେ ଖର୍ଚ୍ଚ ହୋଇଛି?

ପୁରୀ(ଓଡ଼ିଶା ଭାସ୍କର): ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଆଜି ଶିଳାନ୍ୟାସ ହୋଇଛି । ପରିକ୍ରମର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଗଜପତି ମହାରାଜ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଗଜପତି ମହାରାଜ ଶିଳାନ୍ୟାସ କରିଛନ୍ତି । କାର୍ଯ୍ୟକ୍ରମରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଓ ଆଇନ ମନ୍ତ୍ରୀ, ପିସିସି ସଭାପତି, ପୁରୀ ସାଂସଦ ଓ ବିଧାୟକ ଉପସ୍ଥିତ ରହିଛନ୍ତି । ପ୍ରକଳ୍ପ ପାଇଁ ଜମି ଦେଇଥିବା ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଛନ୍ତି । ମୋଟ ୧୦ ଜଣଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ତେବେ ମହାପ୍ରଭୁଙ୍କ ମହାଯୋଜନା ପାଇଁ ଜମି କ୍ଷତିପୂରଣ ବାବଦରେ ୧୧୫ ପରିବାର, ୨୪ ଲଜିଂ ଓ ୫୧୨ ଦୋକାନୀଙ୍କୁ ସହାୟତା ଦିଆଯାଇଛି । ଏମାନଙ୍କୁ ମୋଟ୍ ୨୩୪ କୋଟି ୧୮ ଲକ୍ଷ ଟଙ୍କା ଦିଆଯାଇଛି । ୧୫ ମଠ ମହନ୍ତଙ୍କୁ ୩୬ କୋଟି ଟଙ୍କା ୨୬ ଲକ୍ଷ ଟଙ୍କା ଦିଆଯାଇଛି । ୫୨୬ ଉଠା ଦୋକାନୀଙ୍କୁ ୯ କୋଟି ଟଙ୍କା ଦିଆଯାଇଛି । ଘର, ଲଜିଂ ମାଲିକ ଓ ଦୋକାନୀଙ୍କୁ ଥଇଥାନ ଯାଏଁ ମାସିକ ୫ରୁ ୫୦ ହଜାର ଟଙ୍କା ଘରଭଡ଼ା ଦିଆଯାଉଛି ।

Get real time updates directly on you device, subscribe now.