fbpx

ଓଡ଼ିଶା ପାଇଁ ଆଜି ଐତିହାସିକ ଦିନ: ମୁଖ୍ୟମନ୍ତ୍ରୀ

ପୁରୀ(ଓଡ଼ିଶା ଭାସ୍କର): ଅନେକ ଦିନର ଅପେକ୍ଷା ପରେ ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଗଜପତି ମହାରାଜ ଶିଳାନ୍ୟାସ କରିଛନ୍ତି । ୩ ଦିନ ଧରି ଚାଲିଥିବା ଯଜ୍ଞର ପୂର୍ଣ୍ଣାହୁତି ଦେଇଥିଲେ ଗଜପତି ମହାରାଜ । ସ୍ୱତନ୍ତ୍ର ବ୍ୟାଟେରୀ ଚାଳିତ ଯାନରେ ଶ୍ରୀମନ୍ଦିର ଚାରିପାଖ ପରିକ୍ରମା କରିଥିଲେ ମୁଖ୍ୟମନ୍ତ୍ରୀ । ଶ୍ରୀମନ୍ଦିର ପରିକ୍ରମାର ପରେ ସେ କହିଛନ୍ତି ଯେ, ‘ଓଡ଼ିଶା ପାଇଁ ଆଜି ଐତିହାସିକ ଦିନ । ସାରା ବିଶ୍ୱର ଜଗନ୍ନାଥ ପ୍ରେମୀଙ୍କ ପାଇଁ ଆଜିର ଦିନ ସ୍ମରଣୀୟ । ଆଜି ଓଡ଼ିଶାବାସୀଙ୍କ ପାଇଁ ଏକ ପବିତ୍ର ଦିନ ।’

ତେବେ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଗଜପତି ମହାରାଜ, ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଓ ଆଇନ ମନ୍ତ୍ରୀ, ପିସିସି ସଭାପତି, ପୁରୀ ସାଂସଦ ଓ ବିଧାୟକ, ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ ଉପସ୍ଥିତ ରହିଛନ୍ତି । ଏହା ସହ ଜିଲ୍ଲାପାଳ ଏବଂ ଶୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଉପସ୍ଥିତ ଅଛନ୍ତି ।

 

Get real time updates directly on you device, subscribe now.