fbpx
BJD SKY
BJD SKY

ଜୁନିଅର ହକି ବିଶ୍ୱକପ୍; ବେଲଜିୟମର ଦମଦାର ବିଜୟ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଳିଙ୍ଗ ଷ୍ଟାଡିୟମରେ ଜୁନିୟର ବିଶ୍ୱକପ୍ ହକି ୨୦୨୧ ଆଜିଠାରୁ ଆରମ୍ଭ ହୋଇଛି । ଉଦଘଟନୀ ମ୍ୟାଚ୍ରେ ଦମଦାର ବିଜୟ ହାସଲ କରିଛି ବେଲଜିୟମ । ଦକ୍ଷିଣ ଆଫ୍ରିକାକୁ ବେଲଜିୟମ ୫-୧ଗୋଲରେ ପରାସ୍ତ କରିଛି । ବେଲଜିୟମ ପକ୍ଷରୁ ସର୍ବାଧିକ ୨ଟି ଗୋଲ ଦେଇଛନ୍ତି ଡି.ରୋମାନ । ଆଜି ସନ୍ଧ୍ୟା ସାଢ଼େ ୭ଟାରେ ଭାରତ ଓ ଫ୍ୟାନ୍ସ ମୁକାବିଲା ହେବ ।

ସୂଚନା ଯୋଗ୍ୟ ଯେ ୬ ବର୍ଷ ତଳେ ଲକ୍ଷ୍ନୌରେ ଆୟୋଜିତ କନିଷ୍ଠ ପୁରୁଷ ଜୁନିର ବିଶ୍ୱକପ୍‌ ଫାଇନାଲରେ ବେଲଜିୟମକୁ ହରାଇ ଭାରତ ଜାମ୍ପିଅନ ହୋଇଥିଲା । ପୁଣି ଏଠାରେ ପୂର୍ବ ସଫଳତା ଦୋହରାଇବା ଲକ୍ଷ୍ୟ ରଖିଛି ଟିମ୍‌ ଇଣ୍ଡିଆ । ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ଭିନ୍ନ ଗ୍ରୁପ୍‌ରେ ଥିଲେ ମଧ୍ୟ ପ୍ରତିଯୋଗିତାର କୌଣସି ପର୍ଯ୍ୟାୟରେ ଉଭୟ ଦଳ ମଧ୍ୟରେ ଲଢ଼େଇ ଦେଖିବାକୁ ଭାରତୀୟ ପ୍ରଶଂସକ ଆଶା ରଖିଛନ୍ତି । ବେଲଜିୟମ, ଆର୍ଜେଣ୍ଟିନା, ଚିଲି, ନେଦରଲାଣ୍ଡ, ଫ୍ରାନ୍ସ, କାନାଡା, ପୋଲାଣ୍ଡ, ସ୍ପେନ୍‌, ନେଦରଲାଣ୍ଡ୍ସ ଓ ଦକ୍ଷିଣ କୋରିଆ ସହ ପ୍ରତିଯୋଗିତାର ସବୁଠାରୁ ସଫଳ ଦଳ ଜର୍ମାନୀ ପରି ଶକ୍ତିଶାଳୀ ଟିମଙ୍କ ପ୍ରଦର୍ଶନ ଦେଖିବାକୁ ମିଳିବ । ତେଣୁ ଭାରତୀୟ ଦଳ ପ୍ରାରମ୍ଭରୁ କଡା ମୁକାବିଲା କରିବା ପାଇଁ ପଡିବ । । ଏଣୁ ଏହି ବିଶ୍ୱକପକୁ ନଭେମ୍ବର ୨୪ରୁ ଡିସେମ୍ବର ୫ତାରିଖ ପର୍ଯ୍ୟନ୍ତ ଓଡ଼ିଶା, ଭାରତ ଓ ସର୍ବୋପରି ବିଶ୍ୱ ହକିପ୍ରେମୀଙ୍କ ହୃତସ୍ପନ୍ଦନ ପାଲଟିବ ବୋଲି ଆଶା କରାଯାଉଛି । କନିଷ୍ଠ ପୁରୁଷ ହକି ବିଶ୍ୱକପ୍‌ର ଏଥରର ଫର୍ମାଟ୍‌ ସମସ୍ତଙ୍କୁ ସୁହାଇଲା ଭଳି ହୋଇଛି । ଏଥିରେ ଅଂଶ ଗ୍ରହଣ କରୁଥିବା ୧୬ ଦଳକୁ ୪ ପୁଲ୍‌ରେ ବିଭକ୍ତ କରାଯାଇଛି । ପୁଲ୍‌ ପର୍ଯ୍ୟାୟରେ ପ୍ରତ୍ୟେକ ଦଳ ଅନ୍ୟ ବିରୋଧରେ ତିନି ଲେଖାଏଁ ମ୍ୟାଚ୍‌ ଖେଳିବେ । ପ୍ରତି ଗ୍ରୁପ ର ଶ୍ରେଷ୍ଠ ୨ ଦଳ କ୍ୱାର୍ଟର ଫାଇନାଲ୍‌କୁ ଉନ୍ନୀତ ହେବେ ।

Get real time updates directly on you device, subscribe now.