fbpx
BSKY
BJD MC SKY
BJD YOUTH SKY

ସାବଧାନ୍! ପୁଣି ସ୍ମାର୍ଟଫୋନ ଉପରେ କବଜା କରିବାକୁ ଆସୁଛି ‘Joker’ ଭାଇରସ୍, ତୁରନ୍ତ ଡିଲେଟ କରନ୍ତୁ ଏହି ୧୪ ଆପ୍

ନୂଆଦିଲ୍ଲୀ : ଆଣ୍ଡ୍ରଏଡ୍ ଡିଭାଇସ୍ ଗୁଡିକୁ ଟାର୍ଗେଟ କରୁଥିବା ବିପଦପୂର୍ଣ୍ଣ ‘Joker ଭାଇରସ୍’ ଗତ ବର୍ଷ ଜୁଲାଇରେ ସକ୍ରିୟ ଥିବା ସୂଚନା ମିଳିଥିଲା, ଯାହାକି ଏବେ ପୁଣି ଗୁଗୁଲ୍ ପ୍ଲେ ଷ୍ଟୋରକୁ ଆସିଥିବା ସଙ୍କେତ ମିଳିଛି । ଏହା ମାଲୱେର୍ ଆଣ୍ଡ୍ରଏଡ୍ ଆପ୍ସରେ ଲୁଚି ରହିଥିବା ଜଣା ପଡିଛି ଓ ୧୪ ଟି ଆପରେ ଏହାର ଚିହ୍ନଟ କରାଯାଇଛି । କାସପର୍ସ୍କି ଲ୍ୟାବ୍ର ଆଣ୍ଡ୍ରଏଡ୍ ମାଲୱେର୍ ଆନାଲିଷ୍ଟ ତାତୟାନ୍ ଶିଶକୋଭାଙ୍କ ପକ୍ଷରୁ ଏହି ଭାଇରସର ଖୁଲାସା ହୋଇଥିବା ଟ୍ୱିଟରେ ସୂଚନା ଦିଆଯାଇଛି ।

ଏବେ ଗୁଗୁଲ୍ ପ୍ଲେ ଷ୍ଟୋରର ଅନେକ ଆପ୍ସ ଅତ୍ୟଧିକ କ୍ଷତିକାରକ ‘Joker’ ଭାଇରସରର କବଜାକୁ ଆସିଛନ୍ତି । ଏହି ଜୋକର ଭାଇରସ୍ ମୋବାଇଲ ବ୍ୟବହାରୀଙ୍କ ତଥ୍ୟ ଚୋରି କରିଥାଏ । ୧୪ଟି ଆପରେ ବିପଜ୍ଜନକ ଜୋକର ଭାଇରସ୍ ଚିହ୍ନଟ ହୋଇଛି । ଏଥିସେହ ଆଣ୍ଡ୍ରଏଡ୍ ଉପଭୋକ୍ତାମାନଙ୍କୁ ପରାମର୍ଶ ଦିଆଯାଇଛି ଯେ, ଯଦି ଆପଣ ଏହି ଆପକୁ ବ୍ୟବହାର କରୁଛନ୍ତି ତେବେ ତୁରନ୍ତ ତାକୁ ହଟାଇଦିଅନ୍ତୁ । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ୧୪ଟି ଆପ୍ ହଟାଇବାକୁ ପଡିବ…

୧. Smart TV Remote
୨. Easy PDF Scanner app
୩. Volume Booster Louder Sound Equalizer
୪. Flashlight Flash Alert on Call
୫. Volume Boosting Hearing Aid
୬. Battery Charging Animation Bubble Effects
୭. Now QRCode Scan
୮. Super-Click VPN
୯. Battery Charging Animation Wallpaper
୧୦. Classic Emoji Keyboard
୧୧. Dazzling Keyboard
୧୨. EmojiOne Keyboard
୧୩. Halloween Colouring
୧୪. Super Hero-Effect

Get real time updates directly on you device, subscribe now.