fbpx

ବିବାହ ମଣ୍ଡପରୁ ବରକୁ ଉଠାଇ ନେଲା ପୋଲିସ, ଏହାପରେ ଭାବି ସ୍ୱାମୀଙ୍କ ପଛେ ପଛେ ଧାଇଁଲେ କନ୍ୟା

ନୂଆଦିଲ୍ଲୀ: ବିବାହ ପରି ଏକ ଖୁସିର ମୁହୂର୍ତ୍ତରେ ଯଦି କୌଣସି ଅଘଟଣ ଘଟେ ତେବେ ତାହା ବନ୍ଧୁ ବାନ୍ଧବ ସମସ୍ତଙ୍କ ମନରେ ଆଘାତ ଦେଇଥାଏ । ସେହିପରି ଏକ ଘଟଣା ଇକ୍ୱେଡରରେ ଦେଖିବାକୁ ମିଳିଛି । ଏକ ବିବାହ ସମାରୋହ ଚାଲିଥିବା ବେଳେ ହଠାତ୍ ସେଠାରେ ପୋଲିସ ପହଞ୍ଚି ବରଙ୍କୁ ଉଠାଇ ନେଇଯାଇଥିଲା । ଏହି ଘଟଣାକୁ ଦେଖି ସେଠାରେ ଉପସ୍ଥିତ ସମସ୍ତ ଅତିଥିମାନେ କିଛି ବୁଝି ନପାରି ହତବାକ୍ ହୋଇଯାଇଥିଲେ । ତେବେ ଏହାପରେ କନ୍ୟା ଜଣଙ୍କୁ ନିଜ ଭାବି ପତିଙ୍କୁ ପୋଲିସ କବଳରୁ ମୁକୁଳାଇବା ପାଇଁ ତାଙ୍କ ପଛେପଛେ ଧାଇଁଥିଲେ ।

ଆମେରିକାର ଇକ୍ୱେଡରର ଦକ୍ଷିଣ ଉପକୂଳରେ ଏହି ଘଟଣାଟି ଘଟିଛି । ପୋଲିସ ବରଙ୍କୁ ଉଠାଇ ଗାଡ଼ିରେ ନେଇ ଯାଉଥିବା ସମୟରେ ଏହାକୁ ସହ୍ୟ କରିନପାରି କନ୍ୟା ଜଣଙ୍କ ସେମାନଙ୍କ ପିଛା କରିବା ସହ ଚିଲ୍ଲାଇଥିଲେ । । ତେବେ ସେଠାରେ ଉପସ୍ଥିତି ଅତିଥିମାନେ କନ୍ୟାକୁ ଏଥି ସକାଶେ ବାରଣ କରିଥିଲେ ହେଁ ସେ କାହାର କଥା ମାନି ନଥିଲେ । ସେ ଅନ୍ୟ ଏକ ଗାଡ଼ିରେ ବସି ପୋଲିସ ଗାଡ଼ିକୁ ଫଲୋ କରିଥିଲେ । ତେବେ ଜଣାପଡ଼ିଛି ଯେ, ଯୁବକ ଜଣଙ୍କ ନିଜର ପ୍ରଥମ ପତ୍ନୀଙ୍କ ଠାରୁ ଅଲଗା ହେବା ପରେ ନିଜ ସନ୍ତାନଙ୍କ ଲାଳନପାଳନ ପାଇଁ କୌଣସି ଖର୍ଚ୍ଚ ଦେଇନଥିଲେ । ତେଣୁ ପୋଲିସ ଉକ୍ତ ଯୁବକଙ୍କୁ ପଚରାଉଚରା କରିବାକୁ ଥାନାକୁ ନେଇଯାଇଥିଲା । ଏହି ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି । ତେବେ ବିବାହ ମଝିରେ ପୋଲିସ ଏପରି ନିନ୍ଦନୀୟ କାର୍ଯ୍ୟ କରିବା ଅନୁଚିତ ବୋଲି କିଛି ୟୁଜର୍ସ କମେଣ୍ଟ ଦେଇଥିବା ବେଳେ ଶାଦି ପାଇଁ ପଇସା ଥିଲା କିନ୍ତୁ ଗୁଜୁରାଣ ଭତ୍ତା ନଥିଲା ବୋଲି ଆଉ କିଛି ୟୁଜର୍ସ କମେଣ୍ଟ କରିଛନ୍ତି ।

Get real time updates directly on you device, subscribe now.