fbpx

ଆବୋର୍ଶନ କରିବା ପଛରେ ମୋର ହାତ ନାହିଁ, ବୋହୂ ମିଛ କହୁଛନ୍ତି: ତପସ୍ୱିନୀଙ୍କ ଅଭିଯୋଗ ପରେ ଏପରି ପ୍ରତିକ୍ରିୟା ରଖିଲେ ତାଙ୍କ ଶ୍ୱଶୁର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରଥମେ ଲଭ୍, ପରେ ସେକ୍ସ ଆଉ ତା’ପରେ କୋର୍ଟରେ ହୋଇଥିଲା ଉଭୟଙ୍କର ବିବାହ । ମାତ୍ର ଏହାପରେ ହଠାତ୍ ଡାକ୍ତର ସ୍ୱାମୀ ଜଣଙ୍କ ପତ୍ନୀଙ୍କୁ ଆଉ ଧରାଛୁଆଁ ଦେଲେନି । ଫଳରେ ବାଧ୍ୟ ହୋଇ ପୀଡ଼ିତା ତପସ୍ୱିନୀ ଦାଶ ବ୍ରହ୍ମପୁରର ବୈଦ୍ୟନାଥପୁର ଥାନା ଅଧୀନ ବ୍ରହ୍ମାନଗର ସ୍ଥିତ ଶ୍ୱଶୁର ଘର ସମ୍ମୁଖରେ ଧାରଣା ଦେଇଥିଲେ । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତପସ୍ୱିନୀଙ୍କୁ ବୁଝାଇବାରେ ଅସଫଳ ହୋଇଛି । ଅନ୍ୟପକ୍ଷରେ ନ୍ୟାୟ ପାଇବା ପର୍ଯ୍ୟନ୍ତ ସେ ଧାରଣାରେ ବସି ରହିବେ ବୋଲି ତପସ୍ୱିନୀ କହିଛନ୍ତି ।

ତେବେ ଏହି ଘଟଣାରେ ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି । ତପସ୍ୱିନୀଙ୍କ ଆବୋର୍ଶନ ତାଙ୍କର ଶ୍ୱଶୁରଙ୍କ ଦ୍ୱାରା କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ତପସ୍ୱିନୀଙ୍କ ଶ୍ୱଶୁର ପ୍ରମୋଦ ସାହୁ କହିଛନ୍ତି ଯେ, ତପସ୍ୱିନୀ ନ୍ୟାୟାଳୟର ନିର୍ଦ୍ଦେଶକୁ ସମ୍ମାନ ଦିଅନ୍ତୁ । ତାଙ୍କର ବୋହୂଙ୍କର ଗର୍ଭପାତ ସେ କରାଇ ନାହାନ୍ତି । ତାଙ୍କ ବିରୋଧରେ ତପସ୍ୱିନୀ ମିଥ୍ୟା ଅଭିଯୋଗ ଆଣୁଛନ୍ତି । ବର୍ତ୍ତମାନ ସେ ନ୍ୟାୟାଳୟର ଆଦେଶକୁ ଅପେକ୍ଷା କରି ରହିଛନ୍ତି । ଗୋଟିଏ କେସ୍ ଅଦାଲତରେ ବିଚାରାଧୀନ ଥିବାବେଳେ ସେ କେମିତି ନ୍ୟାୟ ଦେଇପାରିବେ ବୋଲି ସେ ଓଲଟା ପ୍ରଶ୍ନ କରିଛନ୍ତି । ସୂଚନାଯୋଗ୍ୟ ଯେ, ଆସ୍କା ନିକଟସ୍ଥ ବାଲିସିରା ଗ୍ରାମ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ତପସ୍ୱିନୀଙ୍କ ସ୍ୱାମୀ ସୁମିତ ସାହୁ କାର୍ଯ୍ୟରତ ଅଛନ୍ତି । ପୂର୍ବରୁ ଉଭୟେ ଖୋର୍ଦ୍ଧା ମ୍ୟାରେଜ୍ କୋର୍ଟରେ ଆଇନଗତ ଭାବେ ବିବାହ କରିଥିଲେ । ତପସ୍ୱିନୀଙ୍କୁ ପତ୍ନୀ ଭାବେ ଗ୍ରହଣ କରିବାକୁ ସୁଜିତ ଅରାଜି ହେବାରୁ ଥାନାରେ ମାମଲା ଦାୟର ହୋଇଥିଲା । ତେଣୁ ମାମଲାକୁ ଆଗକୁ ନ ବଢ଼଼ାଇ ଶ୍ୱଶୁର ଘର ଲୋକେ ବିବାହ ତାରିଖ ଚୂଡ଼ାନ୍ତ କରିଥିଲେ ।

Get real time updates directly on you device, subscribe now.