fbpx

ମ୍ୟାଚ୍ ପୂର୍ବରୁ ଏହି ଡର ପାଇଁ ସେକ୍ସ କରନ୍ତି ବକ୍ସର ମାଇକ୍, ପୂର୍ବତନ ଡ୍ରାଇଭର କଲେ ଖୁଲାସା

ନୂଆଦିଲ୍ଲୀ: ପ୍ରସିଦ୍ଧ ବକ୍ସର ମାଇକ ଟାୟସନ ବକ୍ସିଂ ରିଙ୍ଗରେ ନିଜର ଆକ୍ରୋଶ, କ୍ରୋଧ ଓ ପାଗଳାମୀ ପାଇଁ ବେଶ୍ ଜଣାଶୁଣା । ମାଇକ୍ ଟାୟସନଙ୍କ ୫୫ ବର୍ଷ ବୟସ ହୋଇଥିବା ବେଳେ ସେ ଜେଲ୍ ଯାଇଛନ୍ତି, ବିରୋଧୀଙ୍କ କାନ ମଧ୍ୟ କାଟିଛନ୍ତି । ଏହା ବ୍ୟତୀତ ଦୁନିଆର ସର୍ବଶ୍ରେଷ୍ଠ ବକ୍ସର ମହମ୍ମଦ ଅଲି ମଧ୍ୟ କହିଛନ୍ତି ଯେ, ମାଇକ୍ ଟାୟସନ୍ ତାଙ୍କୁ ବକ୍ସିଂ ରିଙ୍ଗରେ ପରାସ୍ତ କରପାରିିଥାନ୍ତେ ।

ଏବେ ଟାୟସନଙ୍କ ଆକ୍ରୋଶକୁ ନେଇ ଏକ ନୂତନ ଖୁଲାସା ହୋଇଛି । ଟାୟସନଙ୍କ ପୂର୍ବତନ ଡ୍ରାଇଭର ରୁଡି ଗୋଞ୍ଜାଲେଜ ଏହି ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ, ଟାୟସନଙ୍କଠାରେ ଏତେ ଶକ୍ତି ଭରି ରହିଛି ଯେ ତାଙ୍କୁ ବକ୍ସି ପୂର୍ବରୁ ସେକ୍ସ କରିବାକୁ ପଡିଥାଏ । ବକ୍ସିଂରେ ନିଜ ବିରୋଧୀକୁ ଜୀବନରୁ ମାରିଦେବେ ବୋଲି ଟାୟସନ ଭୟ କରୁଥିଲେ ।’

ଏକ ଇଣ୍ଟରଭ୍ୟୁରେ ଗୋଞ୍ଜାଲେଜ୍ କହିଛନ୍ତି ଯେ, ‘ମାଇକଙ୍କ ବଡ଼ ରହସ୍ୟ ହେଉଛି ଯେ ତାଙ୍କୁ ନିଜର ଫାଇଟ୍ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବାକୁ ପଡିଥାଏ । ଡ୍ରାଇଭର ହେବା ବ୍ୟତୀତ ମୋତେ ତାଙ୍କ ପାଇଁ ବକ୍ସିଂ ପୂର୍ବରୁ ଜଣେ ଯୁବତୀଙ୍କୁ ଖୋଜିବାକୁ ପଡିଥାଏ, ଯେ କି ଟାୟସନଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ପ୍ରସ୍ତୁତ । ଟାୟସନ କହୁଥିଲେ ଯେ ଯଦି ମୁଁ ଏପରି ନକରିବି ତେବେ ନିଜ ବିରୋଧୀଙ୍କୁ ହତ୍ୟା କରିଦେବି । ସେକ୍ସ ସେସନ୍ ପରେ ଟାୟସନ୍ ଶାନ୍ତ ହୁଅନ୍ତି ଓ ବେଳେବେଳେ କୁହନ୍ତି କି, ଆଜି ମୋ ବିରୋଧୀ ବଞ୍ଚିଗଲା । କହିବାକୁ ଗଲେ ଟାୟସନ୍ ଏକ ଟ୍ରେନ୍ କରି ରହୁଥିଲେ, ତାଙ୍କ ସାମ୍ନାକୁ ଆସୁଥିବା ବ୍ୟକ୍ତିକୁ ହତ୍ୟା କରିବାକୁ ସେ ସବୁବେଳେ ପ୍ରସ୍ତୁତ ରହୁଥିଲେ ।’

Get real time updates directly on you device, subscribe now.