fbpx

ତାଳଦଣ୍ଡା କେନାଲରେ ମୃତ୍ୟୁ ଘଟଣା ; ନିଲମ୍ବିତ ହେଲେ ୨ ଯନ୍ତ୍ରୀ

କଟକ : ସବୁବେଳେ ସମସ୍ୟା ଘେରରେ ରହିଥାଏ କଟକ । ସହରକୁ ନାଳ ନର୍ଦ୍ଦମା ଘେରି ରହିଛି । ଯାହାର ପୁନଃଦ୍ଧାର କାର୍ଯ୍ୟ ଦୀର୍ଘ ଦିନର ଚାଲିଛି ହେଲେ ସରୁନାହିଁ । କେବେ ସରିବ ତାହା କିଛି ସଠିକ୍ ସୂଚନା ନାହିଁ । ଅଧାପନ୍ତରିଆ ହୋଇ ପଡିଛି ନର୍ଦ୍ଦମା ପୁନଃଦ୍ଧାର କାର୍ଯ୍ୟ । ଗତ ଦୁଇ ଦିନ ମଧ୍ୟରେ ଏହି ନିର୍ମାଣଧୀନ ଡ୍ରେନରେ ପଡି ଜଣ ଜଣ ହୋଇ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ବକ୍ସ ଡ୍ରେନ୍ ପାଇପ୍ ମଧ୍ୟରେ ଫସି ନାବାଳିକା ମୃତ୍ୟୁ ହୋଇଥିବାବେଳେ ଗହ୍ମାଡିହା ପାଇପ୍ ସନ୍ଧିରେ ଫସି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ଏହାକୁ ନେଇ ସହରବାସୀ ତାତିବା ପରେ ଆଜି ପ୍ରଶାସନ ଆକସନ୍ ମୋଡକୁ ଆସିଥିଲା । ଏହି ମାମଲାରେ ଦୁଇ ଜଣ ଯନ୍ତ୍ରୀଙ୍କୁ ନିଲମ୍ବିତ କରାଯାଇଛି । ସହକାରୀ ଯନ୍ତ୍ରୀ ସଞ୍ଜୀବ ପ୍ରଧାନ ଓ ଦୀଲିପ୍ ସାହୁକୁ ସସ୍ପେଣ୍ଡ କରାଯାଇଛି । ଡ୍ୟୁଟିରେ ଅବହେଳା ଯୋଗୁଁ ଉଭୟଙ୍କୁ ନିଲମ୍ବିତ କରାଯାଇଛି ।

ସୂଚନାଯୋଗ୍ୟ, ୨୦୧୩ ମସିହାରେ କଟକ ସହରରେ ଯାଇକା କାର୍ଯ୍ୟ ଆରମ୍ଭ ହୋଇଥିଲା । ସେବଠାରୁ ଆରମ୍ଭ ହୋଇଛି ସହରବାସୀଙ୍କ ଦୁର୍ଦ୍ଦଶା । ଦୀର୍ଘ ୧୦ ବର୍ଷ ଧରି ଏହି କର୍ଯ୍ୟ ଜାରି ରହିଛି । ଏହା ମଧ୍ୟରେ ୫୦ ଜଣଙ୍କ ଜୀବନ ଯାଇଥିବା ସୂଚନା ମିଳିଛି । ହେଲେ କେବେ ଏହା ବିରୋଧରେ ଆଖି ଦୃଶିଆ କୌଣସି ପଦକ୍ଷପ ନିଆଯାଇନାହିଁ ।

Get real time updates directly on you device, subscribe now.