fbpx

ବଦଳିଲା ନିଷ୍ପତ୍ତି: ରେଭେନ୍ସାରେ ହେବ ପରୀକ୍ଷା, ଜାଣନ୍ତୁ କେବେଠାରୁ ଆରମ୍ଭ ହେବ ପାଠପଢ଼ା

କଟକ, ୨୬ା୩ (ଓଡିଶା ଭାସ୍କର): ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପରୀକ୍ଷା ହେବ । କରୋନା ସ୍ଥିତିରେ ସୁଧାର ଆସିବାରୁ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି ପରିବର୍ତ୍ତନ ହୋଇଛି । ଆସନ୍ତାକାଲିଠାରୁ ସ୍ୱାଭାବିକ ହେବ ପାଠପଢ଼ା ଓ ପରୀକ୍ଷା ମଧ୍ୟ ହେବ । ତେବେ ବାହାର ଲୋକଙ୍କୁ ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସର ନିଷେଧ କରାଯାଇଛି । କୋଭିଡ ନିୟମକୁ କଡ଼ାକଡ଼ି କରି ରେଭେନ୍ସାରେ ପାଠପଢ଼ା ହେବ ବୋଲି କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ୩ ଜଣ କରୋନା ଚିହ୍ନଟ ହେବା ପରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ପରୀକ୍ଷା ବନ୍ଦ କରାଯାଇଥିଲା । ୧୪ ଦିନ ପାଇଁ ପରୀକ୍ଷା ଘୁଞ୍ଚାଇ ଦିଆଯାଇଥିଲା । ଯଦି କୌଣସି ନୂଆ ପଜିଟିଭ ଚିହ୍ନଟ ହୁଅନ୍ତି ତେବେ ତା’ ଉପରେ ନିଷ୍ପତ୍ତି ନିଆଯିବ ବୋଲି ରେଭେନ୍ସା କୁଳପତି ଅପରାଜିତା ଚୌଧୁରୀ କହିଥିଲେ ।

Get real time updates directly on you device, subscribe now.