fbpx

ଅଜିତ ଦାଶଙ୍କ ପରଲୋକରେ ଶୋକ

ଭୁବନେଶ୍ୱର,୧୩ ।୯(ଓଡିଶା ଭାସ୍କର): ଓଡିଆ ଚଳଚ୍ଚିତ୍ରର ବିଶିଷ୍ଟ ଅଭିନେତା ଅଜିତ ଦାଶଙ୍କର ଆଜି ଦେହାନ୍ତ ହୋଇଛି । ଅଜିତଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଅଜିତ ଉଚ୍ଚକୋଟୀର ଅଭିନେତା ଓ ନିର୍ଦ୍ଦେଶକ ଭାବେ ସ୍ମରଣୀୟ ହୋଇ ରହିବେ । ଓଡିଆ ସିନେପ୍ରେମୀଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି, ତାଙ୍କ ବିୟୋଗ ଚଳଚ୍ଚିତ୍ର ଓ ନାଟ୍ୟ ଜଗତ ପାଇଁ ଅପୂରଣୀୟ କ୍ଷତି ।’

ଏହା ସହ ଅଜିତଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ‘ତାଙ୍କ ମୃତ୍ୟୁରେ ଓଡିଆ ସିନେ ଜଗତରେ ଏକ ଯୁଗର ଅନ୍ତ ଘଟିଲା । ବହୁ ଦଶନ୍ଧି ଧରି ସେ ଦର୍ଶକଙ୍କୁ ନିଜ କଳାର ଯାଦୁରେ ବାନ୍ଧି ରଖିଥିଲେ ।’ ଅଜିତଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ପରିବାରକୁ ସମବେଦନା ଜଣାଇଛନ୍ତି ଧର୍ମେନ୍ଦ୍ର ।
ସେହିପରି ଅଜିତଙ୍କ ପାଇଁ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଶୋକ ପ୍ରକାଶ କରିଛନ୍ତି । ସେହିପରି ସଙ୍ଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଶୋକ ପ୍ର୍ରକାଶ କରିଛନ୍ତି ।

Get real time updates directly on you device, subscribe now.