fbpx

ମେଣ୍ଟାଲ ହେଲଥ୍ ପାଇଁ ଦୀପିକା ଜାରି କଲେ ହେଲ୍ପଲାଇନ୍ ନମ୍ବର

ମୁମ୍ବାଇ, ୦୨ ।୦୫ (ଓଡ଼ିଶା ଭାସ୍କର) : ଦେଶରେ କୋଭିଡ୍ ମହାମାରୀ ଆତଙ୍କ ଖେଳାଇଥିବା ବେଳେ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ ସହଯୋଗର ହାତ ବଢ଼ାଇଛନ୍ତି । ତେବେ କରୋନା ମହାମାରୀ ସମୟରେ ସଂକ୍ରମଣ ହୋଇ ଅନେକ ଲୋକ ଅସୁବିଧା ଦେଇ ଗତି କରୁଥିବା ବେଳେ ଅନ୍ୟପଟେ କିଛି ଲୋକ ସଂକ୍ରମଣର ଭୟ ତଥା ବିଭିନ୍ନ କାରଣରୁ ମାନସିକ ଚିନ୍ତା ଦେଇ ଗତି କରୁଛନ୍ତି । ଯାହା ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ସିଧାସଳଖ ପ୍ରଭାବ ପକାଉଛି । ଏଭଳି ପରିସ୍ଥିତିରେ ଅଭିନେତ୍ରୀ ଦୀପିକା ପାଦୁକୋନ ମାନସିକ ଅସୁସ୍ଥତାକୁ ସାମନା କରୁଥିବା ଲୋକମାନଙ୍କ ପାଇଁ ଏକ ହେଲପ୍ ଲାଇନ୍ ନମ୍ବର ଜାରି କରିଛନ୍ତି ।

 

View this post on Instagram

 

A post shared by Deepika Padukone (@deepikapadukone)

ସେ ଏନେଇ ତାଙ୍କ ଇନଷ୍ଟ୍ରଗ୍ରାମରେ ପୋଷ୍ଟ ଜରିଆରେ ସୁଚନା ଦେଇଛନ୍ତି । ପୋଷ୍ଟରେ ସେ କିଛି ହେଲପ୍ ଲାଇନ୍ ନମ୍ବର ସହିତ ଇମେଲ୍ ଆଈଡି ସେୟାର କରିଛନ୍ତି । ତାଙ୍କ କହିବା କଥା ହେଉଛି ମାନସିକ ସ୍ୱାସ୍ଥ୍ୟ ପ୍ରତି ଅଧିକ ଜାଗ୍ରତ ହେବା ଆବଶ୍ୟକ । ଏହି ପୋଷ୍ଟକୁ ତାଙ୍କ ଫ୍ୟାନ୍ସ ମାନେ ଖୁବ୍ ପସନ୍ଦ କରିଛନ୍ତି । ଏଥିସହିତ କମେଣ୍ଟସ୍ ଜରିଆରେ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।

ଏହାକୁ ପୋଷ୍ଟ କରି ସେ ଲେଖିଚନ୍ତି ଯେ, ମୁଁ ଏବଂ ମୋ ପରିବାରକୁ ମିଶାଇ ଲକ୍ଷ ଲକ୍ଷ ଲୋକ ବଞ୍ଜିବାକୁ ପ୍ରୟାସ କରୁଛନ୍ତି । ଏଥିରେ ମନେ ରଖନ୍ତୁ ଯେ, ଏହି ମୁସ୍କିଲ୍ ସମୟରେ ଆମକୁ ମାନସିକ ସ୍ତରରେ ଦୃଢ଼ ରହିବା ନିହାତି ଆବଶ୍ୟକ । ଆପଣ ମାନେ ଏକା ନୁହନ୍ତି ।

Get real time updates directly on you device, subscribe now.