fbpx

ଟିଏମସିର ବିଜୟ ଲାଗି ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଲେ ମମତା ବାନାର୍ଜୀ

ପଶ୍ଚିମବଙ୍ଗ ୦୨ ।୦୫ (ଓଡ଼ିଶା ଭାସ୍କର) ନନ୍ଦିଗ୍ରାମ ବିଧାନସଭା ଆସନରୁ ହାରିବା ପରେ ମମତା ବାନାର୍ଜୀ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି । ନନ୍ଦିଗ୍ରାରେ ଯାହାହେଲା ସେ ସବୁ ଭୁଲିଯିବା ପାଇଁ କହିଛନ୍ତି ମମତା । ଏହାସହ ଟିଏମସିର ବିଜୟ ଲାଗି ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଲେ ମମତା ବାନାର୍ଜୀ । ଏହା ବଙ୍ଗଳାର ବିଜୟ ବୋଲି ସେ କହିଛନ୍ତି । ପଶ୍ଚିମବଙ୍ଗରେ ମାଗଣରେ ଟିକାକରଣ ଲାଗି ମମତାଙ୍କ ଘୋଷଣା । କରୋନାରେ ବିଜୟ ଉତ୍ସବ ପାଳନ ନକରିବା ପାଇଁ କହିଛନ୍ତି ମମତା ବାନାର୍ଜୀ । କରୋନା ନିୟମ ପାଳନ କରିବା ପାଇଁ ର୍କମକର୍ତ୍ତାମାନଙ୍କୁ ପରମାର୍ଶ ଦଇଛନ୍ତି ମୁଖ୍ୟମନ୍ତ୍ରୀ । କୋଭିଡ୍ କଟକଣା ଶେଷ ହେବା ପରେ ବିଜୟ ଉତ୍ସବ ପାଳନ କରାଯିବ । ପଶ୍ଚିମବଙ୍ଗରେ ତୃତୀୟ ଥର ଲାଗି ସରକାର ଗଠନ କରିବ ତୃଣମୂଳ କଂଗ୍ରେସ । ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀଙ୍କୁ ପରସ୍ତା କରି ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ବିଜୟୀ ଲାଭ କରିଛନ୍ତି । ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ୧ହଜାର ୯୫୩ ଭୋଟରେ ହାରିଲେ ମମତା ବାନାର୍ଜୀ । ପଶ୍ଚିମବଙ୍ଗରେ ନିର୍ବାଚନ ଫଳାଫଳ ଘୋଷଣା ହେବା ନନ୍ଦୀଗ୍ରାମ ବିଧାନସଭା ଆସନ ପାଇଁ ବିଜେପି ଏବଂ ଟିଏମସି ମଧ୍ୟରେ କଡ଼ା ଟକ୍କର ଦେଖା ଯାଇଥିଲା । ଏହି ଆସନ ଲାଗି ବିଜେପିରୁ ଶୁଭେନ୍ଦୁ ଅଧିକାରୀ ଏବଂ ମମତା ବନାର୍ଜୀ ଟିଏମସିରୁ ପ୍ରାର୍ଥୀ ଭାବେ ଛିଡା ହୋଇଥିଲେ ।

Get real time updates directly on you device, subscribe now.