fbpx
BJD SKY
BJD SKY

WPLରେ ଦୀପ୍ତି ଶର୍ମାଙ୍କ ନୂଆ ରେକର୍ଡ: ପ୍ରଥମ ଭାରତୀୟ ଭାବେ ହ୍ୟାଟ୍ରିକ୍ ୱିକେଟ୍

BJD

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟର ଦୀପ୍ତି ଶର୍ମା ମହିଳା ପ୍ରିମିୟର ଲିଗ (ଡବ୍ଲ୍ୟୁପିଏଲ)ରେ ଏକ ନୂଆ ରେକର୍ଡ କରିଛନ୍ତି । ପ୍ରଥମ ଭାରତୀୟ ଭାବେ ଡବ୍ଲ୍ୟୁପିଏଲରେ ଦୀପ୍ତି ହ୍ୟାଟ୍ରିକ ୱିକେଟ ନେଇ ଇତିହାସ ରଚିଛନ୍ତି । ଈଶୀ ବୋଙ୍ଗଙ୍କ ପରେ ଡବ୍ଲ୍ୟୁପିଏଲ ଇତିହାସରେ ଦ୍ୱିତୀୟ ବୋଲର ଭାବେ ଦୀପ୍ତି ଏହି ସଫଳତା ହାସଲ କରିଛନ୍ତି । ଦୀପ୍ତିଙ୍କ ଏହି ଉଚ୍ଚକୋଟୀର ପ୍ରଦର୍ଶନ ଫଳରେ ପ୍ରତିପକ୍ଷ ଦିଲ୍ଲୀ କ୍ୟାପିଟାଲ୍ସକୁ ଏକ ରୋମାଞ୍ଚଭରା ମ୍ୟାଚରେ ୟୁପି ୱାରିୟର୍ସ ୧ ରନରେ ପରାସ୍ତ କରିବାକୁ ସକ୍ଷମ ହୋଇଥିଲା ।

ଦୀପ୍ତି ଏହି ମ୍ୟାଚରେ ୫୯ ରନ୍ ସଂଗ୍ରହ କରିବା ସହିତ ମାତ୍ର ୧୯ ରନ୍ ଦେଇ ୪ଟି ୱିକେଟ ଅକ୍ତିଆର କରିଥିଲେ । ୨୬ ବର୍ଷୀୟା ଦୀପ୍ତି ୧୪ତମ ଓଭରର ଶେଷ ବଲରେ ଦିଲ୍ଲୀ କ୍ୟାପିଟାଲ୍ସର ମେଗ ଲେନିଙ୍ଗଙ୍କୁ ୬୦ ରନରେ ଆଉଟ୍ କରିଥିଲେ । ଏହା ପରେ ୧୯ତମ ଓଭରରେ ସେ ଲଗାତର ୩ଟି ୱିକେଟ ନେଇ ନିଜର ହ୍ୟାଟ୍ରିକ ପୂରଣ କରିଥିଲେ । ଦୀପ୍ତି ତୃତୀୟ ବଲରେ ରାଧା ଯାଦବଙ୍କୁ, ଚତୁର୍ଥ ବଲରେ ଜେସ ଜନସନଙ୍କୁ ଓ ପଞ୍ଚମ ବଲରେ ତୁତାସ ସାଧୁଙ୍କ ଆଉଟ୍ କରିଥିଲେ ।

Get real time updates directly on you device, subscribe now.