fbpx
BJD SKY
BJD SKY

ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା, ପାଣିପାଗ ବିଭାଗର ପୂର୍ବାନୁମାନ

BJD

ଭୁବନେଶ୍ୱର: ଆସନ୍ତା ୧୧ ତାରିଖରୁ ୩ ଦିନ ଯାଏଁ ରାଜ୍ୟରେ ଦିନର ତାପମାତ୍ରା ୪ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଶନିବାର ସକାଳେୂ ଉପକୂଳ ଓଡ଼ିଶାର କିଛି ଜିଲ୍ଲା ସମେତ କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢ଼େଙ୍କାନାଳ, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, କେରାପୁଟ, କଟକ, ମାଲକାନଗିରି, ବଲାଙ୍ଗିର, ବୌଦ୍ଧ ଓ ନବରଙ୍ଗପରର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

ଗତ ୩୬ ଘଣ୍ଟା ମଧ୍ୟରେ ଖୋର୍ଦ୍ଧାରେ ୩୫ ମିମି, କଟକରେ ୩୦.୨, ଢେଙ୍କାନାଳରେ ୧୬.୨, ତାଳଚେରରେ ୧୫, ଭୁବନେଶ୍ବରରେ ୧୦.୬, ଅନୁଗୁଳରେ ୫.୬, ବାରିପଦାରେ ୪, ଫୁଲବାଣୀରେ ୩ ମିମି ବର୍ଷା ହୋଇଛି। ବାଲେଶ୍ବର, କେନ୍ଦୁଝରଗଡ଼, ଟିଟିଲାଗଡ଼, ନୟାଗଡ଼, ଦେବଗଡ଼, ଜଗତସିଂହପୁର, ରାଉରକେଲା ସହରରେ ମଧ୍ୟ ହାଲୁକା ବର୍ଷା ରେକର୍ଡ କରାଯାଇଛି। ପାରଳାଖେମୁଣ୍ଡିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୭.୪ ଡିଗ୍ରି ରେକର୍ଡ କରାଯାଇଛି। ବୌଦ୍ଧରେ ୩୬.୫ ଡିଗ୍ରି ରହିଥିବା ବେଳେ ମାଲକାନଗିରିରେ ୩୬ ଡିଗ୍ରି ରହିଥିଲା। ଅନ୍ୟପକ୍ଷରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ୧୧ ତାରିଖ ପରେ ଦିନର ସର୍ବାଧିକ ତାପମାତ୍ରା ବୃଦ୍ଧି ହେବ। କିଛି କିଛି ସ୍ଥାନରେ ଦିନର ସର୍ବାଧିକ ତାପମାତ୍ରା ୪ରୁ ୬ ଡିଗ୍ରି ଯାଏଁ ବୃଦ୍ଧି ହେବାର ସମ୍ଭାବନା ରହିଛି। ପାରଳାଖେମୁଣ୍ଡିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୭.୪ ଡିଗ୍ରି ରେକର୍ଡ କରାଯାଇଛି। ବୌଦ୍ଧରେ ୩୬.୫ ଡିଗ୍ରି ରହିଥିବା ବେଳେ ମାଲକାନଗିରିରେ ୩୬ ଡିଗ୍ରି ରହିଥିଲା।

Get real time updates directly on you device, subscribe now.