fbpx
BJD SKY
BJD SKY

ଅଧିନାୟକ ପଦରୁ ବାଦ ପଡିଲେ ଭାରତର ଏହି ଷ୍ଟାର ଖେଳାଳି: କିଏ ନେବେ ଦାୟିତ୍ୱ?

BJD

ନୂଆଦିଲ୍ଲୀ: ମହିଳା ପ୍ରିମିୟର ଲିଗକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଲାଗି ରହିଛି । ତେବେ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ସମସ୍ତ ଫ୍ରାଞ୍ଚାଇଜି ଏବେ ନିଜ ଦଳର ଅଧିନାୟକ ଖୋଜିବାରେ ଲାଗି ପଡିଛନ୍ତି । ଏହାମଧ୍ୟରେ ଟୁର୍ଣ୍ଣାମେଣ୍ଟର ୟୁପି ୱାରିୟର୍ସ ମଧ୍ୟ ନିଜ ଅଧିନାୟକ ବାଛି ସାରିଛି । ତେବେ ଏହି ଦଳର ଅଧିନାୟକଙ୍କୁ ନେଇ ହେଉଥିବା ଅନେକ ଆଲୋଚନା ଉପରେ ଏବେ ବିରାମ ଲାଗିଛି ।

ଭାରତୀୟ ମହିଳା କ୍ରିକେଟ ଟିମର ଷ୍ଟାର ଅଲରାଉଣ୍ଡର ଦିପ୍ତୀ ଶର୍ମା ୟୁପି ୱାରିୟର୍ସର ଅଧିନାୟକ ହେବା ନେଇ ଅନେକ ଚର୍ଚ୍ଚା ଲାଗି ରହିଥିଲା । କିନ୍ତୁ ଟିମ ମ୍ୟାନେଜମେଣ୍ଟ ଏଥିରେ ପୂର୍ଣ୍ଣଚ୍ଛେଦ ପକାଇ ଅଧିନାୟକଙ୍କ ନାମ ଘୋଷଣା କରିଛି । ଦଳର ନେତୃତ୍ୱଭାର ଦିପ୍ତୀଙ୍କ ପରିବର୍ତ୍ତେ ଅଷ୍ଟ୍ରେଲିଆର ୱିକେଟ କିପର ଏଲିସା ହିଲିଙ୍କ କାନ୍ଧରେ ନ୍ୟସ୍ତ କରିଛି ୟୁପି ୱାରିୟର୍ସ । ହିଲିଙ୍କ ଲୋକପ୍ରିୟତା ଏବଂ ଅଭତଜ୍ଞତାକୁ ନଜରରେ ରଖି ଟିମ ମ୍ୟାନେଜମେଣ୍ଟ ତାଙ୍କୁ ଅଧିନାୟକ ଭାବେ ନିଯୁକ୍ତ କରିଛି । ଅଷ୍ଟ୍ରେଲିଆ ତରଫରୁ ୧୩୯ଟି ଟି-୨୦ ଖେଳି ୨,୫୦୦ ରନ କରିଥିବା ବେଳେ ଏଥିରେ ଗୋଟିଏ ଶତକ ଏବଂ ୧୪ଟି ଅର୍ଦ୍ଧଶତକ ସାମିଲ ରହିଛି । ତେବେ ମହିଳା ପ୍ରିମିୟର ଲିଗର ପ୍ରଥମ ସଂସ୍କରଣରେ ୟୁପି ୱାରିୟର୍ସ ଭଳି ଏକ ସନ୍ତୁଳିତ ଦଳର ନେତୃତ୍ୱ ପାଇଥିବାରୁ ନିଜର ଖୁସି ବ୍ୟକ୍ତ କରିଛନ୍ତି ଏଲିସା ହିଲି ।

ଯୁବ ଏବଂ ଅଭିଜ୍ଞ ଖେଳାଳିଙ୍କୁ ନେଇ ୟୁପି ୱାରିୟର୍ସ ଖୁବ ମଜବୁତ ମନେ ହେଉଛି । ତେବେ ଦଳର କୋଚ ଭାବେ ଇଂଲଣ୍ଡର ଜନ୍ ଲୁଇସ ଦାୟିତ୍ୱ ନେଇଥିବା ବେଳେ ସହାୟକ କୋଚ ଭୂମିକାରେ ରହିଛନ୍ତି ଅଞ୍ଜୁ ଜୈନ । ଆସନ୍ତା ମାର୍ଚ୍ଚ ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଏହି ଐତିହାସିକ ଟୁର୍ଣ୍ଣାମେଣ୍ଟ ମହିଳା ପ୍ରିମିୟର ଲିଗ୍ । ଗୁଜୁରାଟ ଜିଆଣ୍ଟସ ବିପକ୍ଷରେ ଏଲିସାଙ୍କ ଟିମ୍ ନିଜ ଅଭିଯାନ ଆରମ୍ଭ କରିବ ।

Get real time updates directly on you device, subscribe now.