fbpx

୬,୭୫୫ ପାଟୱାରୀ ପଦବୀ ନିଯୁକ୍ତି ପାଇଁ ବିଜ୍ଞପ୍ତି: ୧୨,୭୯,୦୦୦ ଆବେଦନକାରୀଙ୍କ ମଧ୍ୟରେ ଲକ୍ଷ ଲକ୍ଷ ପିଏଚଡି, ଏମବିଏ, ଇଞ୍ଜିନିୟର୍ ସାମିଲ

Advertisement

ନୂଆଦିଲ୍ଲୀ: ମଧ୍ୟପ୍ରଦଶ ପାଟୱାରୀରେ ୬ ହଜାର ପଦବୀରେ ନିଯୁକ୍ତି ପାଇଁ ପ୍ରାୟ ୧୨ ଲକ୍ଷ ଆଶୟୀ ଆବେଦନ କରିଛନ୍ତି। ଏଥିରେ ଏମ୍‌ବିଏ,ଇଞ୍ଜିନିୟର, ପିଏଚ୍‌ଡି ଡିଗ୍ରିଧାରୀ ମାନେ ସାମିଲ ଅଛନ୍ତି। ଚଳିତ ବର୍ଷ ରାଜ୍ୟରେ ନିର୍ବାଚନ ଥିବାରୁ ନିଯୁକ୍ତି ପ୍ରକ୍ରିୟା ଜୋର ଧରିଛି। କିନ୍ତୁ ପାଞ୍ଚବର୍ଷ ପୁର୍ବରୁ ପାଟୱାରୀ ପଦବୀ ନିଯୁକ୍ତି ପ୍ରକ୍ରିୟାରେ ସାମିଲ ହୋଇଥିବା ଆଶାୟୀଙ୍କ କହିବା ଅନୁଯାୟୀ ଗତ ଥର ପ୍ରକାଶ ପାଇଥିବା ୯୨୩୫ ପଦବୀରେ ନିଯୁକ୍ତି ଦିଆଯାଇ ନାହିଁ।

ତେବେ ଏହି ୬ ହଜାର ପଦବୀରେ ନିଯୁକ୍ତି ପାଇଁ ଶିକ୍ଷାଗତ ଯୋଗ୍ୟତା ଗ୍ରାଜୁଏସନ ଥିବା ବେଳେ ଏହାଠୁ ଅଧିକ ପାଠ ପଢିଥିବା ଲକ୍ଷାଧିକ ଆଶାୟୀ ଥିଲେ । ଏଥିରେ ପିଏଚ୍‌ଡି ପାସ୍ ୧୦୦୦, ଇଞ୍ଜିନିୟର ୮୫,୦୦୦ ଏମ୍‌ବିଏ ଏକ ଲକ୍ଷ, ପିଜି ୧,୮୦,୦୦୦ ଆଶାୟୀ ସାମିଲ ଥିଲେ ।

ତେବେ ବୟସ ଗଡ଼ି ଯାଉଥିବାରୁ ଆଗରେ ଥିଲା ଏହି ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି। ତେଣୁ ଅଧିକ ଶିକ୍ଷାଗତ ଯୋଗ୍ୟତା ଥିଲେ ମଧ୍ୟ ସେମାନେ ଏହି ପଦବୀରେ ଆବେଦନ କରିଥିବା କିଛି ଆଶାୟୀ କହିଥିଲେ। ସେମାନଙ୍କୁ ଏହା ମଧ୍ୟ ଜଣାଥିଲା ଯେ, ଗୋଟିଏ ପଦବୀ ପାଇଁ ସେମାନଙ୍କର ଟକ୍କର ୨୦୦ ଆଶାୟୀଙ୍କ ସହିତ ହେବ।

ବର୍ଷ ୨୦୨୨ରେ ମଧ୍ୟପ୍ରଦେଶ ଆର୍ଥିକ ସଂରକ୍ଷଣ ରିପୋର୍ଟ ଅନୁସାରେ ରାଜ୍ୟରେ ୫.୫୧ ଲକ୍ଷ ବେରୋଜଗାର ବଢିଛନ୍ତି । ଯାହା ୨୦୨୦ରେ ୨୪,୭୨ ଲକ୍ଷ ଏବଂ ୨୦୨୧ରେ ବଢି ୩୦.୨୩ ଲକ୍ଷ ଥିଲା ।

Get real time updates directly on you device, subscribe now.